ଗ୍ରାମୀଣ ଡାକସେବକ ସଂଘ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଡିସେମ୍ବର୧୨ରୁ ଅନିର୍ଦ୍ଧିଷ୍ଟକାଳ ଧର୍ମଘଟ

କେନ୍ଦ୍ରାପଡ଼ା, ୧୦/୧୨/୨୦୨୩ (ଓଡ଼ିଶା ସମାଚାର)- ଗ୍ରାମୀଣ ଡାକସେବକ ସଂଘ ମିଳିତ କ୍ରୀୟାନୁଷ୍ଠାନ କମିଟିର ଆହ୍ୱାନରେ ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ, ଜାତୀୟ ଗ୍ରାମୀଣ ଡାକସେବକ ସଂଘ, ଓଡିଶା ସର୍କଲ ପକ୍ଷରୁ ମହାସଂଗ୍ରାମ ଅଧିକାର ପାଇଁ ଆସନ୍ତା ଡିସେମ୍ବର ୧୨ତାରିଖରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଦେଶବ୍ୟାପି ଧର୍ମଘଟ ଆରମ୍ଭ ହେଉଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ମଣ୍ଡଳରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ନିର୍ଘଂଟ ଦୈନିକ ୮ଘଂଟା ସ୍ଥିର କରାଯିବା, ପ୍ରତି ୧୨ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶକୁ ଶୀଘ୍ର ଲାଗୁ କରାଯିବା, ସମସ୍ତ ଗ୍ରାମୀଣ ଡାକସେବକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯିବା, ଗ୍ରାମୀଣ ଡାକସେବକମାନଙ୍କୁ ପେନସନ ପ୍ରଦାନ ଏବଂ ଗ୍ରାଚୁ୍ୟଇଟି ଓ ସେଭେରାନ୍ସ ଆଲାଉନ୍ସ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବା ଓ ଟାର୍ଗେଟ ନାଁରେ ଅଧିକାରୀମାନଙ୍କ ଜୁଲମ ବନ୍ଦ ହେବା ଦାବିରେ ସର୍ବ ଭାରତୀୟ ମିଳିତ କ୍ରୀୟାନୁଷ୍ଠାନ କମିଟି ଆହ୍ୱାନରେ ଏହି ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ୧୨ତାରିଖରୁ ଆରମ୍ଭ ହେବାକୁ ଯାଉଛି ବୋଲି କେନ୍ଦ୍ରାପଡା ମଣ୍ଡଳର ସାଧାରଣ ସମ୍ପାଦକ ବିଜୟ କିଶୋର ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *