ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, ୦୧/୧୦/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ)-ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ରାଉରକେଲା ଶାଖା ତରଫରୁ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ଅଧ୍ୟକ୍ଷ ଦିଲ୍ଲିପ କୁମାର ଭୁଇଙ୍କ ସଭାପତିତ୍ବ ଓ ସମ୍ପାଦିକା ସୁଚିସ୍ମିତା ବିଶ୍ୱାସ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବୋଧନୀ ରେ ବଙ୍ଗଳା ତମ ସାହିତ୍ୟ ର ମାନିଗୁଣି ବ୍ୟକ୍ତିତ୍ବ ଯୋଗଦେଇଥିଲେ। ପ୍ରାରମ୍ଭରେ ସୁସ୍ମିତା ନସ୍କରଙ୍କ ମଞ୍ଚ ସଂଯୋଜନାରେ ଶକ୍ତି ରୂପେଣ ସଂସ୍ଥିଥା ସଂଗୀତ ଗାନ କରାଯାଇଥିଲା। ଏଥିରେ ଶର୍ମିଷ୍ଠା ବନ୍ଧୋପଧ୍ୟାୟ,ତମିସ୍କା ଭଟ୍ଟାଚାର୍ଯ୍ୟ,ବାପି ମଜୁମଦାର,ଜୋୟା ମୁନସି,ରିଷଭ ଗୁରୂଦ୍ବାରା, ସୋମା ସେନ୍, ପ୍ରମୁଖ ସଂଗୀତ ଗାନ କରିଥିଲେ। ପରେ ସୁପ୍ରସିଦ୍ଧ ଗାୟିକା ଛବି ଦାସ,ଆତିସ ସରକାର ସଂଗୀତ ପରିବେଷଣ କରିଥିବା ବେଳେ ଆରୋହଣ, ଆବର୍ତ୍ତନ ଓ ଆରାଧ୍ୟା ସରକାର ମା ଦୁର୍ଗାଙ୍କ ସମ୍ପର୍କୀତ ନୃତ୍ୟ ପରିବେଷଣ ସହ କବିତା ପାଠ କରିଥିଲେ। ଏହି ଅବସରରେ ସର୍ବଭାରତୀୟ ବଙ୍ଗଳା ପତ୍ରିକାର ସମ୍ପାଦକ ବିପୁଲ ଗୁପ୍ତା ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତିକରଣ, ଶିକ୍ଷା ଓ ସାମ୍ପ୍ରତିକ ସ୍ଥିତିରେ ନାରୀ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନାଟ୍ୟକାର ପଲ୍ଲବ ଚାଟାର୍ଜୀ ଓ ରତ୍ନା ଚାଟାର୍ଜୀ ମୈାଖିକ ହାସ୍ୟରସ ନାଟକ ପାଠ କରିଥିଲେ। ବରିଷ୍ଠ କବି ଶୈଲେନ ଭଟ୍ଟାଚାର୍ଯ୍ୟ, ପ୍ରଦୀପ କୁମାର ଦସ୍ତିଦାର, ପୂର୍ଣ୍ଣିମା ଦସ୍ତିଦାର କବିତା ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଜୋୟା ମୁନସୀ ମା’ଙ୍କ ଆଗମନୀ ସମ୍ପର୍କରେ ଏକ ନୃତ୍ୟ ପରିବେଷଣ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଭୁଇ ସ୍ବାଗତ ଭାଷଣ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦିକା ଶ୍ରୀମତୀ ବିଶ୍ବାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଏଥିରେ ରୀମି ଚକ୍ରବର୍ତ୍ତୀ ତାଙ୍କୁ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁତୁଲ ରାହୁଲ,ପ୍ରଦୀପ ଗୁରୱରା, ଅଞ୍ଜନା ଭୁଇ,ଆଲୋକ କୁମାର ବନ୍ଧୋପଧ୍ୟାୟ,ସମ୍ପା ମଜୁମଦାର,ଚନ୍ଦନ ବିଶ୍ବାସ,ନେହା ଚାଟାର୍ଜୀ,ଜୟତୀ ଗୁରୁୱରା,ଡା ଆଶିଷ କୁମାର ସାହା ଙ୍କ ସମେତ ଶତାଧିକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *