ଜଗତସିଂହପୁର ଜିଲ୍ଲାରୁ ପାଇଲେ ୨,୭୫,୯୦୫ ହିତାଧିକାରୀ
ଆନ୍ତର୍ଜାତିକ ମହିଳା ଦିବସରେ ପୁରସ୍କୃତ ହେଲେ ବେଷ୍ଟ ସିଡିପିଓ, ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀ ଓ ସମାଜସେବୀ
ଜଗତସିଂହପୁର,୦୮/୦୩/୨୦୨୫ (ଓଡ଼ିଶା ସମାଚାର)-ଆଜି ଆନ୍ତର୍ଜାତୀୟ ମହିଳା ଦିବସ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଓ ଜଗତସିଂହପୁର ପୌର ପରିଷଦ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶିଳ୍ପ ,ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା , ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଥିଲେ, ସୁଭଦ୍ରା ଯୋଜନା ଆଜି ଏକ ବିପ୍ଲବରେ ପରିଣତ ହୋଇଛି। କାରଣ ସୁଭଦ୍ରା ଯୋଜନା କେବଳ ବର୍ଷକୁ ଦୁଇଥର ସହାୟତା ବାଣ୍ଟିବା କାର୍ଯ୍ୟକ୍ରମ ନୁହେଁ। କିଶୋରୀ ମାନଙ୍କଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୟସର ମହିଳାମାନେ ସଶକ୍ତ ଏବଂ ସମୃଦ୍ଧ ହୋଇପାରିବାର ବ୍ୟବସ୍ଥା କରାଯାଉଛି । ଏହା ରାଜ୍ୟର ପ୍ରତ୍ୟେକ ସୁଭଦ୍ରା ଙ୍କୁ ଆତ୍ମ ନିର୍ଭର କରିବାର ଏକ ଅଭିନବ ପଦକ୍ଷେପ ଯାହା ଆଜି ୧ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କ ପାଖରେ ପହଂଚିଛି ।
ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଙ୍କ ସମେତ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗତ ୯ ମାସ ମଧ୍ୟରେ ଓଡିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜିଲ୍ଲାରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ କହିବା ସହ ସମସ୍ତେ ସୁଭଦ୍ରା ଯୋଜନାରେ ପାଇଥିବା ଟଙ୍କାକୁ ସଦୁପଯୋଗ କରି ବିକଶିତ ଓଡିଶା ଓ ବିକଶିତ ଭରତ ଗଠନରେ ଭାଗୀଦାରୀ ହେବା ପାଇଁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ , ପୌର ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ ପ୍ରମୁଖ ମଞ୍ଚାସିନ ଥିଲେ।
ସୂଚନାଯୋଗ୍ୟକି, ଆଜି ଜଗତସିଂହପୁର ଜିଲ୍ଲାରୁ ସର୍ବମୋଟ ୨, ୭୫,୯୦୫ଜଣ ଜଣ ହିତାଧିକାରୀ ଦ୍ଵିତୀୟ କିସ୍ତିର ଟଙ୍କା ନିଜ ବ୍ୟାଙ୍କ ଖାତାରେ ପାଇଛନ୍ତି ।ସେଥିମଧ୍ୟରୁ ବାଲିକୁଦା ବ୍ଳକ୍ ରୁ ୪୨୪୬୧, ବିରିଡ଼ିବ୍ଳକ୍ ରୁ ୧୯୬୮୦, ଏରସମାବ୍ଳକ୍ ରୁ ୩୮୪୭୬, ଜଗତସିଂହପୁର ବ୍ଳକ୍ ରୁ ୩୫୦୦୮, କୁଜଙ୍ଗ ବ୍ଲକ୍ ରୁ ୪୪୧୫୯, ନାଉଗାଁ ୨୦୦୯୧,ରଘୁନାଥପୁର ବ୍ଳକ୍ ରୁ ୨୦୮୦୬, ତିର୍ତ୍ତୋଲ ବ୍ଳକ୍ ରୁ୪୦୭୧୫, ଜଗତସିଂହପୁର ପୌର ପରିଷଦ ରୁ ୬୪୭୮, ପାରାଦ୍ଵୀପପୌର ପରିଷଦ ରୁ ୮୦୩୧ ଜଣ ହିତାଧୀକାରୀ ସୁଭଦ୍ରା ର ୨ୟ କିସ୍ତି ପାଇଛନ୍ତି।
ସମସ୍ତେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିବା ସହ ଜିଲ୍ଲା ମହିଳା ଏବଂ ଶିଶୁବିକାଶ ବିଭାଗରେ କାର୍ଯ୍ୟରତ ନିଷ୍ଠାପର କର୍ମଚାରୀ ଏଵଂ ପୌର ପରିଷଦ ର ସ୍ୱଚ୍ଛ ସାଥୀ, ପ୍ଲାଣ୍ଟ ମ୍ୟାନେଜର, ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସବାରୀ ଙ୍କୁ ସମ୍ମାନିତ କରାଯାଇଥିଲା ।
୫୧ତମ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲାର ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡି କର୍ମୀ ଓ ହେଲପର ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଓ କର୍ମୀ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା । 
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ମଞ୍ଚ ପରିଚାଳନା କରିଥିଲେ ।
ଏହାପରେ ପୌର ପରିଷଦ ଆନୁକୂଲ୍ୟ ରେ ସ୍ଥାନୀୟ ନିମାଇଁ ଭବନ ଠାରେ ବଡାଖାନା ରେ ସମସ୍ତ ଅତିଥି ସ୍ବଚ୍ଛତା କର୍ମଚାରୀ ମାନଙ୍କୁ ନିଜ ହାତରେ ଖାଇବା ବାଢ଼ିଥିଲେ।
ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ସହର ର ବୁଦ୍ଧିଜୀବୀ, ଆଇନଜୀବୀ, ଅଙ୍ଗନ୍ ୱାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
