କଟକ ସଦର , ୧୧/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର-କିଶନନଗର ରାସ୍ତାର ବୁଢିଆଣୀ ମନ୍ଦିର ନିକଟରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ୍ ପବ୍ଲିକ ସ୍କୁଲ ୩୩ କେଭି ବିଦ୍ୟୁତ୍ ଲାଇନ୍ ତଳେ ବିପଦପୂର୍ଣ୍ଣ ଅଵସ୍ଥାରେ ଚାଲୁଥିବା ନେଇ ଗତ ୨୦୨୪ ଅକ୍ଟୋବର ୯ ତାରିଖ ରେ ‘ଓଡିଶା ସମାଚାର’ରେ ବିସ୍ତୃତ ଖଵର ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ସ୍କୁଲ କର୍ତୃପକ୍ଷ ଓ ବିଦ୍ୟୁତ୍ ବିଭାଗ ର ମିଳିତ ଉଦ୍ୟମରେ ଉଚ୍ଚତା ବିଶିଷ୍ଟ ଖୁଣ୍ଟରେ ତାର ଟାଣି ତା ତଳେ ସୁରକ୍ଷା ଵ୍ୟଵ୍ୟସ୍ଥା କରିଥିବା ରୁ ସ୍କୁଲ ଏଵେ ବିପଦମୁକ୍ତ ହୋଇଥିବା ଜଣାପଡିଛି। ଏଥିପାଇଁ ସ୍ଥାନୀୟ ଲୋକେ ଓ ଅଭିଭାବକ/ଅଭିଭାଵିକା ମାନେ ସନ୍ତୋଷ ପ୍ରକାଶ କରି ସ୍କୁଲ ପରିଚାଳନା କମିଟି ସହ ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ପୁରୀ, ପ୍ରତିଷ୍ଠାତା ସଂପାଦକ ବିବେକାନନ୍ଦ ଭୁୟାଁ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
୩୩ କେଭି ବିଦ୍ୟୁତ୍ ଲାଇନ୍ ତଳେ ଥିବା ଉଇସଡମ୍ ପବ୍ଲିକ ସ୍କୁଲ ବିପଦମୁକ୍ତ ହେଲା
