କଟକ ଜିଲ୍ଲା ବ୍ରାହ୍ମଣ ମହାସଭାର କାର୍ଯ୍ୟକାରିଣୀ ବୈଠକ 

କଟକ ସଦର ,୩୦/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ବ୍ରାହ୍ମଣ ମହାସଂଘ ସହ ଅନୁବନ୍ଧିତ କଟକ ଜିଲ୍ଲା ବ୍ରାହ୍ମଣ ମହାସଭା ତଥା କଟକ ସଦର ଶାଖା ପକ୍ଷରୁ ଵିରିଵାଟି ତାରିଣୀ ମନ୍ଦିର ପରିସରରେ ଏକ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ପ୍ରମୋଦ କୁମାର ମିଶ୍ରଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଯୁଗ୍ମ ସଂପାଦକ ଆଶିଷ କୁମାର ପତି  ସ୍ୱ।ଗତ ଅଭିଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ନରସିଂହ ମହାପାତ୍ର ବିବରଣୀ ପାଠ କରିଥିଲେ। ଏହି ଅବସରରେ ସନାତନ ଧର୍ମର ସୁରକ୍ଷା ଓ ଏଥିରେ ବ୍ରାହ୍ମଣମାନଙ୍କ ଭୁମିକା ସମ୍ପର୍କରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ଟାଙ୍ଗି ସ୍ଥିତ ସିଦ୍ଧ ଗିରି ଆଶ୍ରମର ଆଶ୍ରମାଧିଶ ବାବା ବିଶ୍ୱନାଥ ଦାସ, ଡ଼ଃ ନିରଞ୍ଜନ ସାହୁ, ଡ଼ଃ ନିଳକଣ୍ଠ ରାଉତ, ନିହାର ରଞ୍ଜନ ରାୟ, ସଦର ବ୍ଲକ କମିଟି ସଭାପତି ଡ଼ଃ କମଳାକାନ୍ତ ନାୟକ, ସଂପାଦକ ମନୋରଞ୍ଜନ ପତି ପ୍ରମୁଖ ଯୋଗ ଦେଇ ବ୍ରାହ୍ମଣ ସମାଜର ଉନ୍ନତି ପାଇଁ ବହୁ ଉପାଦେୟ କଥା ଆଲୋକପାତ କରିଥିଲେ। ଏଥିରେ ବ୍ରାହ୍ମଣ ସମାଜର ବହୁ ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ନିରଞ୍ଜନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *