ନିରାକାରପୁର, ୨ ୭ /୭/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ପୋଖରିଆ ନିଗମାନନ୍ଦ ବିଦ୍ୟା ନିକେତନର କ୍ରୀଡା ଶିକ୍ଷକ ଈଶ୍ୱର ଚନ୍ଦ୍ର ଜେନାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଇକରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ନେହଲତା ସାମନ୍ତରାୟ,
ଜାନକୀ ବଲ୍ଲଭ ପଟ୍ଟନାୟକ, ଦେବରାଜ ଚହଟରାୟ, ଅବସରପ୍ରାପ୍ତ ଶିକ୍ଷକ ବ୍ରଜ କିଶୋର ମହାନ୍ତି, କମଳ ଲୋଚନ ପ୍ରଧାନ, ସମାଜସେବୀ ଅପର୍ତ୍ତି ଜେନା , ଶିବ ପ୍ରସାଦ ଦାସ ଓ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ପ୍ରମିଳା କୁମାରୀ ଦେଇ, ଆଲୁମୁନି କମିଟି ସଭାପତି ଦିଲ୍ଲୀପ କୁମାର ବିଧାର ପ୍ରମୁଖ ଯୋଗଦେଇ କ୍ରୀଡା ଶିକ୍ଷକ ଈଶ୍ୱର ଚନ୍ଦ୍ର ଜେନାଙ୍କ ବହୁ ବିଧ ଗୁଣ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ପ୍ରିୟ ରଂଜନ ପାଟ୍ଟଶାଣୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
