ଗରଦପୁର, ୨୯/୯/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ କଦମଛନ୍ଦା ଗ୍ରାମ ମହାମାୟା ମଣ୍ଡପ ରେ ଚଳିତ ୨୦୨୪ ମସିହା ସାର୍ବଜନୀନ ଦୁର୍ଗାପୂଜା ପାଇଁ ଶ୍ରୀ ରୁଦ୍ର ସିଂହ ଙ୍କ ସଭାପତିତ୍ବ ରେ ସ୍ବାଭିମାନ ମଣ୍ଡପରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଶ୍ରୀ ଗୌତ୍ତମ ଲେଙ୍କା,କୋଷାଧ୍ୟକ୍ଷ ଶ୍ରୀ ଅମର ମହାପାତ୍ର,ସଂଯୋଜକ ଶ୍ରୀ ରବି ନାରାୟଣ ସିଂହ ଓ ସଂପାଦକ ଶ୍ରୀ ଆାଶିଷ ସିଂହ ବୈଠକ ରେ ଉପସ୍ଥିତ ରହି ପୂଜା,ସାଜସଜା,ସାଂସ୍କୃତିକ କାର୍ୟ୍ୟକ୍ରମ ଓ ଭଷାଣି ଯାତ୍ରା କୁ ଆକର୍ଷଣୀୟ କରିବା ସଂପର୍କରେ ମତାମତ ରଖିଥିଲେ।
ରଣପୁରୀ ଯୁବ ପରିଷଦର ସଭ୍ୟ ସର୍ବଶ୍ରୀ ପିତାମ୍ବର ଲେଙ୍କା,ଜିତେନ୍ଦ୍ର ସାହୁ,ନଳିନୀ ଦାସ,ବିକାଶ ଷେଣ୍ଢ,ଚିନ୍ମୟ ସିଂହ,ରାନସ ସିଂହ,ଆଶିଷ ରଞ୍ଜନ ସିଂହ,କାଲାଚାନ୍ଦ ସାହୁ,ସାଗର ଜେନା ,ପ୍ରଶାନ୍ତ ସାହୁ- ୧ ପ୍ରଶାନ୍ତ ସାହୁ-୨ ଓ ଓମ୍ ପ୍ରକାଶ ଲେଙ୍କା ପ୍ରମୁଖ ତେଣ୍ଡାକୁଡା ବଜରଙ୍ଗ ଦଳ କର୍ମୀ ମାନଙ୍କ ସହଯୋଗରେ ମହାମାୟା ମଣ୍ଡପ ସମ୍ମୁଖଭାଗ ସ୍ବେଛାକୃତ ଯାନ୍ତ୍ରୀକ ସଫେଇ କରି ଅଞ୍ଚଳରେ ପ୍ରଶଂସାପାତ୍ର ହୋଇଥିଲେ।
ଡଃ ବିରଞ୍ଚି ନାରାୟଣ ସିଂହ ଓ ଇଂ ରତିକାନ୍ତ ସିଂହ ଦୂରରେ ଥାଇ ମଧ୍ୟ ସଫଳ ଆଭାସି ବୈଠକ ର ଆୟୋଜନ କରି ସମୁହ ଆଲୋଚନା କୁ ସୁଗମ କରାଇଥିଲେ।
କଦମଛନ୍ଦା ଗ୍ରାମରେ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ
