ଯାଜପୁର।,୨୦/୧୨/୨୦୨୫ (ଓଡ଼ିଶା ସମାଚାର)- ଶନିବାର ଛତିଆସ୍ଥିତ ମହାପୁରୁଷ ହାଡ଼ି ଦାସ ମହାବିଦ୍ୟାଳୟ ରେ ଏକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ର ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ର ସହଯୋଗୀ ପ୍ରଧ୍ୟାପକ ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜୀବନ, ବୃକ୍ଷ ଏବଂ ଭାରତୀୟ ସଂସ୍କୃତି ଶୀର୍ଷକରେ ଆଲୋଚନା କରିଥିଲେ। ସେ ତାଙ୍କର ବକ୍ତବ୍ୟରେ ଜୀବଜଗତ ର ସୃଷ୍ଟି ଏବଂ ଜୀବଜଗତ ପ୍ରତି ବୃକ୍ଷ ର ଅମୂଲ୍ୟ ଦାନ ବିଷୟରେ ଆଲୋଚନା କରିଥିଲେ।
ସେହି ନ୍ୟାୟରେ ଭାରତୀୟ ପରମ୍ପରାରେ ବୃକ୍ଷ ର ମହତ୍ତ୍ଵ ଏବଂ ସୁରକ୍ଷା କିଭଳି ଭାବେ ଜଡ଼ିତ, ସେହି ବିଷୟରେ ଉପସ୍ଥିତ ବିଦ୍ୟାର୍ଥୀ, ଅଧ୍ୟାପକ ଅଧ୍ୟାପିକା ଏବଂ ଅନ୍ୟ କର୍ମକର୍ତ୍ତା ମାନଙ୍କୁ ଅବଗତ କରାଇଥିଲେ। ଅଁଳା ନବମୀ, ଶାମ୍ବ ଦଶମୀ, ବକୁଳ ଅମାବାସ୍ୟା, ରଜ ପର୍ବ ଆଦି ମାନଙ୍କରେ ବୃକ୍ଷ ମାନଙ୍କର ସୁରକ୍ଷା ର ବାର୍ତ୍ତା କୁ ଅମେ ଅନୁଭବ ଏବଂ ଅନୂପାଳନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ବକ୍ତା ଡ଼ଃ. ଚମ୍ପତ୍ତି ମତ ରଖିଥିଲେ।
କାର୍ୟ୍ୟକ୍ରମ ଟି କୁ ଉକ୍ତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ସୁମିତ୍ରା ଦାସ ଏବଂ ଉଦ୍ଭିଦ ବିଜ୍ଞାନ ର ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ମିଶ୍ର ପରିଚାଳନା କରିଥିଲେ। ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ ବରିଷ୍ଠ ଅଧ୍ୟାପିକା ଶ୍ରୀମତି ମିନତି ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସଭା ଶେଷରେ ଉଦ୍ଭିଦ ବିଜ୍ଞାନ ର ବିଦ୍ୟାର୍ଥୀ ଶ୍ରୀତମ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଜ୍ଞାନିକ ଆଲୋଚନା ଚକ୍ର ଟି ଉପସ୍ଥିତ ବିଦ୍ୟାର୍ଥୀ, ଅଧ୍ୟାପକ ଅଧ୍ୟାପିକା ଏବଂ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
