ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର, ୨୯/୯/୨୦୨୪ (ଓଡ଼ିଶା ସମାଚାର)- ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡିଶା ସରକାର। ଏକାସାଙ୍ଗରେ ବଦଳିଛନ୍ତି କଟକ–ଭୁବନେଶ୍ୱର କମିଶନର ସଞ୍ଜୀବ ପଣ୍ଡା ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ସଞ୍ଜୀବଙ୍କୁ ଏଡିଜି ଟ୍ରେନିଂ, ବିପିଏସପିଏ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିବା ବେଳେ ପ୍ରତୀକ ସିଂହଙ୍କୁ କଟକ(ଗ୍ରାମାଞ୍ଚଳ) ଏସପି ନିଯୁକ୍ତ କରାଯାଇଛି। ସୁରେଶ ଦେବଦତ୍ତ ସିଂଙ୍କୁ କଟକ–ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଥିବା ବେଳେ ସଞ୍ଜୀବଙ୍କୁ ଏଡିଜି ଟ୍ରେନିଂ, ବିପିଏସପିଏ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି।

ସେହିଭଳି ଏକେ ରାୟଙ୍କୁ ଜେଲ୍ ବିଭାଗ ଡିଜି, ବିନୟତୋଷ ମିଶ୍ରଙ୍କୁ ଏଡିଜି,ସିଆଇଡି–ସିବି ନିଯକ୍ତ କରାଯାଇଛି, ଆରପି କୋଚେଙ୍କୁ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ, ପୂର୍ବତନ ଟ୍ୱିନ ସିଟି କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ୱ ଦାୟିତ୍ୱ, ସନ୍ତୋଷ ଵାଲାଙ୍କୁ ଏସସିଆରବି ଏବଂ ଏସଏଫଏସଏଲ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ରେଲୱେ ଏବଂ ଉପକୂଳ ସୁରକ୍ଷା ଏଡିଜିପି ନିଯୁକ୍ତ କରାଯାଇଛି।

ସେହିଭଳି ଅନେକ ଜିଲାର ଆରକ୍ଷୀ ଅଧ୍ୟକ୍ଷ(ଏସ୍‌ପି) ଙ୍କୁ ମଧ୍ୟ ପରିବର୍ତ୍ତନ କରିଛନ୍ତି। ବରୁଣ ଗୁଣ୍ଠୁପଲ୍ଲୀଙ୍କୁ ମୟୁରଭଞ୍ଜ ଏସପି ଭାବେ ବଦଳି କରାଯାଇଥିବା ବେଳେ ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକର ନୂତନ ଏସପି ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ରାହୁଲ ଜୈନଙ୍କୁ ଅନୁଗୋଳ ଏସପି, ସରବଣା ବିବେକଙ୍କୁ ବ୍ରହ୍ମପୁର ଏସପି, ବିନୀତ ଅଗ୍ରୱାଲଙ୍କୁ ପୁରୀ ଏସପି, ସାଗରିକ ନାଥଙ୍କୁ ଖୋର୍ଦ୍ଧା ଏସପି, ସ୍ଵାତି ଏସ କୁମାରଙ୍କୁ ରାୟଗଡା ଏସପି, ଏସ ସୁଶ୍ରୀଙ୍କୁ ନୟାଗଡ଼ ଏସପି, ନୀତେଶ ୱାଧୱାନୀଙ୍କୁ ରାଉରକେଲା ଏସପି, ରାଜ ପ୍ରସାଦଙ୍କୁ ବାଲେଶ୍ୱର ଏସପି, ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସପି ନିଯୁକ୍ତ କରାଯାଇଛି। ସେହିଭଳି ଭବାନୀ ଶଙ୍କର ଉଦ୍‌ଗାତା ଜଗତସିଂହପୁର ଏସ୍‌ପି, ମିହିର ପଣ୍ଡା ନବରଙ୍ଗପୁର ଏସ୍‌ପି, ଯତୀନ୍ଦ୍ର ପଣ୍ଡା ଗଜପତି ଏସ୍‌ପି, ଶୁଭେନ୍ଦୁ ପତ୍ରଙ୍କୁ ଗଞ୍ଜାମ ଏସପି, ଅଭିନବ ସୋନକରଙ୍କୁ ଢେଙ୍କାନାଳ ଏସପି, ରୋହିତ ବର୍ମାଙ୍କୁ କୋରାପୁଟ, ଯଶପ୍ରତାପ ଶ୍ରୀମଲ ଯାଜପୁର ଏସ୍‌ପି, ହରିଶ ବିଶି କନ୍ଧମାଳ ଏସ୍‌ପି, ହରିଶ ବିଶି କନ୍ଧମାଳ ଏସ୍‌ପି, ରାମପ୍ରସାଦ ସାହୁ ସୋନପୁର ଏସ୍‌ପି ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *