ପ୍ରହରାଜପୁର ହାଟ ଖୋଲିବା ପ୍ରସଙ୍ଗ: ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ 

କଟକ ସଦର, ୧୧/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ଥ ପ୍ରହରାଜପୁର ଠାରେ ଚାଲୁଥିବା ପୁରାତନ ହାଟ ଟି ଆଜକୁ ଦୀର୍ଘ ବର୍ଷ ହେଲା ବିଭିନ୍ନ କାରଣରୁ ବନ୍ଦ ହୋଇଯିଵା ଫଳରେ ହାଟ ପଡ଼ିଆ ଜବରଦଖଲକାରୀ ଙ୍କ କବଜାରେ ରହିଛି। ହେଲେ ଏଵେ ସ୍ଥାନୀୟ ଅଞ୍ଚଳର ଅନେକ ପଞ୍ଚାୟତର ଚାଷୀମାନେ ଉକ୍ତ ହାଟକୁ ଆବଶ୍ୟକତା ଦୃଷ୍ଟିରୁ ପୁନଃ ଚାଲୁ କରିବାକୁ ଆଗଭର ହୋଇ ପ୍ରଶାସନର ହସ୍ତକ୍ଷେପ ଲୋଡିଥିଵା ପରିପ୍ରେକ୍ଷୀରେ କିଶନନଗର ତହସିଲ ପକ୍ଷରୁ ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ତୁରନ୍ତ ସରକାରୀ ଜମି ଜବରଦଖଲ ମୁକ୍ତ କରିବାକୁ ଜବରଦଖଲକାରୀ ଙ୍କୁ ଆଜି (ବୁଧବାର ଦିନ) ନୋଟିସ ଦିଆଯାଇଥିବା ଜଣାପଡିଛି। ନୋଟିସ ପାଇବା ପରେ ନହଟିଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ ଵ୍ୟଵ୍ୟସ୍ଥା ଲାଗୁ କରାଯାଇ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ଜଣାପଡିଛି। ଏଥିପାଇଁ ହାଟ ପୁନରୁଦ୍ଧାର ହେବା ଆଶା ସଞ୍ଚାର ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ଗତ ମାସ ୨୪ ତାରିଖ ରେ ‘ ଓଡ଼ିଶା ସମାଚାର ‘ରେ ବିସ୍ତୃତ ଖଵର ପ୍ରକାଶ ପାଇଥିଲା। https://eodishasamachar.com/?p=30207

Leave a Reply

Your email address will not be published. Required fields are marked *