ଟ୍ରାକ୍ଟର କୁ ଧକ୍କା ଦେଲା ଟ୍ରକ , ଟ୍ରାକ୍ଟର ଚାଳକ ଗୁରୁତର ଆହତ

ଖୋର୍ଦ୍ଧା, ୧୫/୧୧/୨୦୨୩ (ଓଡିଶା ସମାଚାର/ଦୀପକ ପ୍ରଧାନ)- ୧୬ ନମ୍ବର ଜାତୀୟ ରାଜପଥ ବଡପୋଖରିଆ ଛକ ଓଭର ବ୍ରିଜ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା  ଘଟିଛି। ଏକ ଟ୍ରାକ୍ଟର କୁ ପଛରୁ ଧକ୍କା ଦେଇଛି ଓଡି ୦୯ କେ ୩୬୭୧ ନମ୍ବର ଟ୍ରକ। ଟ୍ରାକ୍ଟର ଚାଳକକୁ ଗୁରୁତର ଆହତ ଅବସ୍ଥା ରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭୁବନେଶ୍ୱର ର ଏକ ଘରୋଇ ହସପିଟାଲ ରେ ଭର୍ତ୍ତି କରାଯାଇଛି।ଟ୍ରାକ୍ଟର ଚାଳକ ଜଣକ ନିରାକାରପୁର ର ପ୍ରଶାନ୍ତ ପ୍ରଧାନ (ରାବଣା) ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଜଂକିଆ ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି।

Leave a Reply

Your email address will not be published. Required fields are marked *