ଆଞ୍ଚଳିକ ସାହିତ୍ୟ , କଳା,ସେବା ପରିଷଦ ର ବାର୍ଷିକ ଉତ୍ସବ — ଭାଷା ହିଁ ଭବିଷ୍ୟତ,ଭାଷା ବଞ୍ଚିଲେ ଏ ଜାତି ବଞ୍ଚିବ

                                                 ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରା ଙ୍କୁ “ମାଟି ଗୌରବ” ସମ୍ମାନ

ଭୁବନ, ୧୨/୦୩/୨୦୨୪ (ଓଡ଼ିଶା ସମାଚାର)- ଭୁବନ ଶ୍ରୀରାମ ମନ୍ଦିର ପରିସରରେ ଆଞ୍ଚଳିକ ସାହିତ୍ୟ, କଳା, ସେବା ପରିଷଦ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପୂଜ୍ୟ ପୂଜା ଆନୁକୁଲ୍ୟରେ ଅବନୀ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ କବି,ଲେଖକ ଓ କଳାକାର ମାନଙ୍କୁ ନେଇ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ବିଚାରପତି ସାହିତ୍ୟିକ ଭିକାରୀ ଚରଣ ରାଉତ ଉଦଘାଟନ କରି ଲେଖକ ମାନେ ସାରସ୍ଵତ ସାହିତ୍ୟ ଉପରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଦୈନିକ ” ସମାଜ ” ଅନୁଗୁଳ ସଂସ୍କରଣ ମୁଖ୍ୟ ସୁକାନ୍ତ କୁମାର ମିଶ୍ର,ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର ଅତିଥି ଭାବେ ଯୋଗଦେଇ ଭାଷା ହିଁ ଅତୀତ ଓ ଭାଷା ହିଁ ଭବିଷ୍ୟତ।ଭାଷା ବଞ୍ଚିଲେ ସାହିତ୍ୟ ବଞ୍ଚି ରହିବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଯୋଗୁ ଓଡ଼ିଶା ଓ ଓଡ଼ିଆ ଭାଷୀ ସାରା ବିଶ୍ବରେ ପରିଚୟ ପାଇଛି । ଓଡ଼ିଆ ଭାଷା ସମେତ ଅନ୍ୟ ଭାଷା ଶିଖିଲେ ସେସବୁ ଓଡ଼ିଆରେ ଅନୁବାଦ କରି ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଙ୍କୁ ” ମାଟି ଗୌରବ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା।

ଅର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ମୟୂରଭଞ୍ଜ ର ଭୂମିପୁତ୍ର ତଥା କବି ଆଇ ଏ ଏସ ହରିଶ୍ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବେ ବୟସ ଓ ଯୋଗ୍ୟତା କୁ ଦେଖି ସମ୍ମାନ ଦିଆଯାଉଥିଲା କିନ୍ତୁ ଏବେ ପିଲା ମାନେ ବାପା, ମାଆ ଓ ଗୁରୁଜନ ଙ୍କୁ ସମ୍ମାନ ଦେବାରେ କୁଣ୍ଠିତ ହେଉଛନ୍ତି ବୋଲି କହିଥିଲେ । ବିଶିଷ୍ଟ ପାଲା ଗାୟକ ବାଣୀ ଭୂଷଣ ରାମଚନ୍ଦ୍ର ଦାସ,ଗାୟକ ଅଶୋକ କୁମାର ସାମଲ,ଶିକ୍ଷକ ନେତା ବିପ୍ରବର ସାହୁ,ଅନୁଗୁଳର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଇଂ ସସ୍ମିତା ବେହେରା,ନୂଆ ଭୁବନ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ହରିହର ସାହୁ,ନଗରପାଳ ଶୁଭେନ୍ଦୁ ସାହୁ,ପୂର୍ବତନ ନଗରପାଳ ନରହରି ସାହୁ ,ସମାଜସେବୀ ସୁବାସ ମିଶ୍ର,ଶିକ୍ଷକ ଭାଗବତ ବେହେରା ପ୍ରମୁଖ ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । କବି ସୁରେନ୍ଦ୍ର  କୁମାର ପୃଷ୍ଟି ଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବ ରେ ନାରୀ କବି ତୁଳସୀ ରାଣୀ ବେହେରା,ବିଳାସିନୀ ପୃଷ୍ଟି,ଚିତ୍ରଶିଳ୍ପୀ ନାରାୟଣ ସାହୁ,କବି ଚିତ୍ତ ରଞ୍ଜନ ମିଶ୍ର,ତୁଷାର କାନ୍ତି ମିଶ୍ର ,ହୃଷୀକେଶ ସାହୁ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *