ହିନ୍ଦୋଳରେ ଦଣ୍ଡଯାତ୍ରା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୩ମୃତ, ୩ଗୁରୁତର

ଖଜୁରିଆ କଟା,୧୨/୦୪/୨୦୨୬ (ଓଡ଼ିଶା ସମାଚାର)-ଖଜୁରିଆକଟା -ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ହିନ୍ଦୋଳ ଉପଖଣ୍ଡରେ ଏକ ଘଟଣାରେ ଆଜି ରାତି ୮ଟାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଖବରରୁ ପ୍ରକାଶ ହିନ୍ଦୋଳ ବ୍ଲକ ବାଲିମି ଥାନା ପାଟଲା ପଂଚାୟତ କୋଠଘର ନିକଟରେ ଦଣ୍ଡ ନୃତ୍ୟ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ସେଠାରେ ଯାଇଥିବା ବିଦ୍ୟୁତରେ ସଂଯୋଗ କରୁଥିବା ବେଳେ କରେଣ୍ଟ ଲାଗି ସେହି ଗ୍ରାମର ସୁଧାକର ସାହୁ(୪୨), ଲକ୍ଷ୍ମୀକାନ୍ତ ସାହୁ (୪୫) ଓ ମିଳନ ଦଳେଇ ନାମକ ତିନିଜଣ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତ ଓ ଆହତଙ୍କୁ ଅନୁଗୋଳ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ଚିକିତ୍ସା ଜାରି ରହିଛି। ଖବରପାଇ ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟକୁମାର ନନ୍ଦ, ଥାନା ଅଧିକାରିଣୀ ଚାରୁଲତା ବେହେରା ସଦଳେବଳେ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି।

ଦଣ୍ଡନାଚ ପାଇଁ ଗାଁରେ ଟେଣ୍ଟ ବାନ୍ଧୁଥିବା ବେଳେ ଟେଣ୍ଟ୍‌ ର ଲୁହା ପାଇପ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏହିଭଳି ଅଘଟଣ ଘଟିଥିବା ଜଣା ପଡିଛି ଏବଂ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

Leave a Reply

Your email address will not be published. Required fields are marked *