ବ୍ରିଜ୍‌ ସୁରକ୍ଷା ପାଇଁ ନିର୍ମାଣଧୀନ ବ୍ରିଜ ୱାଲ ଭୁଶୁଡ଼ି ପଡ଼ିଲା

ନୀଳଗିରି,୧୦/୧୨/୨୦୨୩ (ଓଡ଼ିଶା ସମାଚାର)- ନିର୍ମାଣର ୨୪ ଘଣ୍ଟା ନପୂରୁଣୁ ବ୍ରିଜ୍‌ ସୁରକ୍ଷା ପାଇଁ ନିର୍ମାଣଧୀନ ବ୍ରିଜ ୱାଲ ଭୁଶୁଡ଼ି ପଡ଼ିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ଯୋଜନା ସନ୍ତରାଗଡିଆର ଅସ୍ତିଆ ଗ୍ରାମ ନିକଟରେ ନିର୍ମାଣଧୀନ ବ୍ରିଜର୍ ବଡ଼ ୱାଲ ଭୁଶୁଡ଼ି ପଡ଼ିଛି।  ଶନିବାର ରାତିରେ ବିନା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଢଳେଇ ପଡିଥିବା ବେଳେ ନିମ୍ନମାନର କାର୍ଯ୍ୟ ପାଇଁ ଆଜି ଭୁଶୁଡ଼ି ପଡ଼ିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଏହି ଅଘଟଣରୁ କାର୍ଯ୍ୟରତ ଶ୍ରମିକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସନ୍ତରାଗଡିଆର ଅସ୍ତିଆ ଗ୍ରାମ ନିକଟରେ କୋଟି କୋଟି ଟଙ୍କାର ଏକ ବଡ଼ କେନାଲ ନିର୍ମାଣ ହେଉଥିବାରୁ ୬ଟି ୱାଲ ହୋଇଥିଲା। କାମ ଅତ୍ୟନ୍ତ ନିମ୍ନମାନର ଗୋଟିଏ ୱାଲ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି। କାମ ଆରମ୍ଭରୁ ଏମିତି ହେଲାଣି ଆଗକୁ ବ୍ରିଜ କେତେ ସୁରକ୍ଷିତ ବୋଲି  ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ ସେଠୀ ଓ ବିଧାୟକ ସୁକାନ୍ତ ନାୟକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *