ଦରଦୀ ବନ୍ଧୁ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର,୫୩ ୟୁନିଟ ସଂଗ୍ରହ

କଟକ ସଦର ,୧୦/୧୨/୨୦୨୩ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ଦରଦୀ ବନ୍ଧୁ ଫାଉଣ୍ଡେସନ’ ପକ୍ଷରୁ ଆଜି ରବିବାର ଦିନ ସୋମପୁର ପଞ୍ଚାୟତ ତେଲଦିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଫାଉଣ୍ଡେସନର ଅଧ୍ୟକ୍ଷ ସ୍ୱରୂପ ସୁମନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ଵିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଓ କଟକ ସଦରର ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରି ୫୩ ଜଣ ରକ୍ତଦାତା ଜୀଵନ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଶିବିର ପରିଚାଳନାରେ ଉତ୍କଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ବିମଳ ପଣ୍ଡା,ସରୋଜ ଵାରିକ,ମାନସ ରଞ୍ଜନ ସେଠୀ,ଜୈ।ତିପ୍ରକାଶ ନନ୍ଦ, ପ୍ରିୟବ୍ରତ ପଣ୍ଡା,କ୍ଷିତିଶ ଜେନା, ଅନନ୍ତ ନାଥ,ପ୍ରଶନ୍ନ ପାଣିଗ୍ରାହୀ ପ୍ରମୁଖ ସହାୟତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱକର୍ମା ଯୋଜନାର ଏକ କର୍ମଶାଳାକୁ ଗୋଲକ ମହାପାତ୍ର ଉଦଘାଟନ କରି ଏହାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ସେଠୀ,ପ୍ରତିଭା ସତପଥି, ଗୋକୁଳ ପ୍ରଧାନ, ଚିତ୍ତରଂଜନ ସାହୁ, ଅଭିମନ୍ୟୁ ସାହୁ, ଅଶୋକ ସାହୁ,ସଂଜୟ ସାହୁ, ଲକ୍ଷ୍ମୀଧର ଜେନା, ସୁରେଶ ଜେନା, ପ୍ରଭାତ ସେଠୀ ପ୍ରମୁଖ ଶତାଧିକ ଵିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଵିଜେପି ବନାମ ଵିଜେଡି ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଲଢେ଼ଇ ହେଵ ନାଁ ଜୋରଦାର ଲଢେ଼ଇ ହେଵ ଵୋଲି ପ୍ରଶ୍ନର ଉତ୍ତରରେ ରାଜ୍ୟ ଵିଜେପି ଉପସଭାପତି ଗୋଲକ ମହାପାତ୍ର କହିଲେ ଯେ ଓଡିଶାରେ ଏକ ବଡଧରଣର ଆଇ ଟି ରେଡ ହୋଇ ଶହଶହ କୋଟି ଟଙ୍କା ଜବତ ହେଵା ଘଟଣା ଲଢେଇ କିପରି ହେବ ତାହା ସ୍ପଷ୍ଟ ଅନୁମାନ କରାଯାଉ ଏବଂ ଆଗକୁ ଆଉ ସଵୁ କ’ଣ ଘଟିବାକୁ ଯାଉଛି ତାକୁ ଅପେକ୍ଷା କରାଯାଉ। ଏଥିରୁ ଲଢେ଼ଇ ବନ୍ଧୁତ୍ବପୂର୍ଣ୍ଣ ହେଵ ନାଁ ଜୋରଦାର ହେଵ ତାହା ଜଣାପଡ଼ିବ ଵୋଲି କହିଥିଲେ।

Leave a Reply

Your email address will not be published. Required fields are marked *