ଆତିଥେୟତା ସାଙ୍ଗକୁ ମାନବିକତାକୁ ନେଇ ଉତ୍ସବ

                                              ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ୱର, ୨୫/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ବର୍ଷର ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟବସ୍ତୁ ‘ପର୍ଯ୍ୟଟନ ଓ ଶାନ୍ତି’କୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗର ସାଂସ୍କୃତିକ ପରିଷଦ ତରଫରୁ ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

        ଏହି ଶିବିରକୁ ଉଦଘାଟନ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପର୍ଯ୍ୟଟନ ବିଭାଗର ଏଭଳି ପଦକ୍ଷେପକୁ ସ୍ୱାଗତ କହିବା ସହ ଆତିଥେୟତା ଓ ମାନବିକତାର ପ୍ରଦର୍ଶନ, ପ୍ରସାର ଓ ଜନସଚେତନତା ନିମନ୍ତେ କର୍ମଚାରୀମାନଙ୍କ ଏପରି ପ୍ରୟାସକୁ ଅଭିନନ୍ଦନ ଜଣାଇବା ସହ ନିଜର ଖୁସି ବ୍ୟକ୍ତ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଇଏଚ୍‌ଏମ୍‌ରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ ପ୍ରଥମେ ରକ୍ତଦାନ କରିଥିବା ସେ୍ୱଚ୍ଛାସେବୀ ଦେବ ଲୋହାର, ସବ୍ୟସାଚୀ ପଣ୍ଡା, ବିଭୂତି କୁମାର ନାୟକ, ସୋମେଶ କୁମାର ସାହୁଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ପରେ ଅନ୍ୟ ସମସ୍ତ ରକ୍ତଦାତାଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

        ଶିବିରରେ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖାର ସହଯୋଗରେ ୭୫ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, ଓଟିଡିସି ଅଧିକାରୀ, ସେ୍ୱଚ୍ଛାସେବୀ, ଛାତ୍ରଛାତ୍ରୀ ଏବଂ ଆଇଏଚଏମ ଭୁବନେଶ୍ୱରର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *