ମଳିପଡ଼ାରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମ

ନିରାକାରପୁର, ୦୯/୧୨/୨୦୨୩ (ଓଡ଼ିଶା ସମାଚାର)- କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ କାଯ୍ୟକ୍ରମର କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ପରିଚାଳନା ସମିତି ସଭାପତି ଶ୍ରୀ ଦୁଃଶାସନ ଗୁମାନସିଂ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ମିହିର ଚନ୍ଦ୍ର ମହାପାତ୍ର ଏହି ଉଦଯାପନୀ ସଭାରେ ସଭାପତିତ୍ୱ କରିଥିଲେ । କ୍ରୀଡାଶିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ପ୍ରତିଯୋଗୀ ନିଜର କ୍ରୀଡା ନୈପୂଣ୍ୟ ପ୍ରଦର୍ଶନ କରିଥିଲେ । ଅଧ୍ୟାପକ ଶ୍ରୀ ନରୋତ୍ତମ ସାହୁ ସଭା ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦାନ କରିଥିଲେ । ଏହା ସହ ୬୦ ଜଣ ଛାତ୍ରଛାତ୍ରୀଙ୍କର ବ୍ଲଡ଼ ଗ୍ରୁପଙ୍ଗ କରାଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ସାଇବର ସିକ୍ୟୁରୀଟି କାର୍ୟ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ ପୋଲିସ ଶ୍ରୀମତୀ ମିନାକ୍ଷୀ ଠାକୁର ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ସଚେତନ କରାଇଥିଲେ । ଏହି ସଚେତନତା କାର୍ୟ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ରେଡକ୍ରସ ଅଧିକାରୀ ଶ୍ରୀ ପ୍ରାଣେଶ୍ୱର ଜୟସିଂହ, ସ୍କାଉଟ ଆଣ୍ଡ ଗାଇଡ଼ ଅଧିକାରୀ ଶ୍ରୀ କିଶୋର କୁମାର ସାହୁ, ଜାତୀୟ ସେବା ସଂସ୍ଥାର ଅଧିକାରିଣୀ ଶ୍ରୀମତୀ ପ୍ରିୟଙ୍କା ସ୍ୱାଇଁ ସକ୍ରିୟଭାବେ ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କୁ ସଚେତନ କରାଇଥିଲେ ।

Leave a Reply

Your email address will not be published. Required fields are marked *