ବେଲଘର ପଞ୍ଚାୟତରେ ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ଜନସମ୍ପର୍କ ଶିବିର

ବାଲିଗୁଡା, ୦୯/୧୨/୨୦୨୩ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ଜି/୧୨୭ ବାଟାଲିୟନ ଦ୍ୱାରା ଏକ ଜନସମ୍ପର୍କ ଶିବିର ବେଲଘର ପଞ୍ଚାୟତରେ ଆୟୋଜିତ ହୋଇଯାଇଛି ।  ବେଲଘର ନିକଟସ୍ଥ ସରଦପୁର, ମେଣ୍ଡାବାରୁ, ବେଲାସାରଦା, କରଜାଣ୍ଡି, ଜାଜୋଙ୍ଗୀ ଏବଂ ଝିରିପାଣି ଗାଁର ୫୦୦ ରୁ ଅଧିକ ଗରିବ ପରିବାର ଲୋକ ମାନଙ୍କୁ ମାଗଣା ଔଷଧ ଓ କମଳ ବଣ୍ଟନ କରାଯାଇଥିବାରୁ ଉପକୃତ ହୋଇପାରିଛନ୍ତି । ଏହି ସମୟରେ ବିଭିନ୍ନ ପ୍ରକାର  ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।  ଏଥିରେ ସିଆରପିଏଫ ୧୨୭ ବାଟାଲିୟନ କମାଡେଣ୍ଟ , ବେଲଘର ବନବିଭାଗ ରେଞ୍ଜର , ବେଲଘର, ଥାନା ଅଧିକାରୀ ,ଝିରିପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଝିରିପାଣି ସରପଞ୍ଚଙ୍କ ସମେତ ପଞ୍ଚାୟତର ବହୁ  ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।  ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି କମାଡେଣ୍ଟ ପ୍ରକାଶ କରିଛନ୍ତି  ।

Leave a Reply

Your email address will not be published. Required fields are marked *