ବିଶିଷ୍ଟ ବ୍ୟକ୍ତି ଓ ମହାପୁରୁଷ ମାନଙ୍କୁ ସମ୍ବର୍ଦ୍ଧିତ କରିବେ ପଦ୍ମଶ୍ରୀ ବାବା ବଳିଆ

 କଟକ ୩୦/୧୦/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)- କଟକ ତେଲେଙ୍ଗାପେଣ୍ଠ ନୁଆଗଡ଼ ଗ୍ରାମ ସ୍ଥିତ ଅନନ୍ତ ବଳିଆ ଟ୍ରଷ୍ଟ ଆନୁକୂଲ୍ୟରେ ହେବ ପୂଜ୍ୟପୂଜା ଅର୍ପଣର ପବିତ୍ର ମହୋତ୍ସବ। ଶ୍ରୀ ଶ୍ରୀ ନୀଳମାଧବଜୀଉ ଏବଂ ମା ଦୂଲ୍ଲାଦେବୀଙ୍କ ୧୬ ତମ ବାର୍ଷିକ ଉତ୍ସବ ଅବସରରେ ସୁଭଦ୍ରା ପାଦ ଦର୍ଶନ ଓ ମହାପୁରୁଷଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଆୟୋଜିତ ହେବ।

ଦେଶପ୍ରେମୀ, ସହିଦ, ସଂଗ୍ରାମୀ ଓ ତ୍ୟାଗୀ ପୁରୁଷଙ୍କ ବଳିଦାନ ଓ ଦେଶ ସେବାର ସ୍ମୃତିରେ ଏଇ ପବିତ୍ର କାର୍ଯ୍ୟକ୍ରମ ୧ମ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଏହି ପୂଜ୍ୟ ସ୍ମରଣୋତ୍ସବ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ। ପୂଜ୍ୟପୂଜା ଯେଉଁ ସମାଜରେ ହୁଏ ନାହିଁ , ସେ ସମାଜ ବିପର୍ଯ୍ୟସ୍ତ ହୁଏ। ଯେଉଁ ମାନଙ୍କ ତ୍ୟାଗରେ ଆମ ଦେଶ ସ୍ଵାଧୀକାର ପାଇଲା ସେମାନେ କେବଳ ଅଗଷ୍ଟ ୧୫ ବା ଜାନୁଆରୀ ୨୬ରେ ମନେ ପଡୁଛନ୍ତି।

ଏହା ଅତ୍ୟନ୍ତ ଦୁଃଖର ବିଷୟ। ଏହି ପବିତ୍ର ଆତ୍ମାମାନଙ୍କ ଆଶୀଷ ଭିକ୍ଷା କରି ଆମ ଭିତରେ ଦେଶପ୍ରେମ ଓ ତ୍ୟାଗ ମନୋଭାବ ସୃଷ୍ଟି ହେବା ନିମିତ୍ତ ନଭେମ୍ବର ୧ ତାରିଖ ସଂଧ୍ୟାରେ ଅନୁଷ୍ଠିତ ହେଉଥିବା ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଅନେକ ମହାପୁରୁଷଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ବାବା ବଳିଆ କହିଛନ୍ତି।

 

 

 

Leave a Reply

Your email address will not be published. Required fields are marked *