ମହାମାୟା ମଣ୍ଡପରେ ପୁରସ୍କାର ବିତରଣ ଉତ୍ସବ

ଗରଦପୁର,୦୪/୧୦/୨୦୨୫(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ଅଧିନସ୍ଥ କଦମଛନ୍ଦା ଗ୍ରାମରେ ପାର୍ବଣ ଉପଲକ୍ଷେ ମା ରଣପୁରୀ ଏକାଡ଼େମୀ କଦମଛନ୍ଦା, ସେକ୍ ସୟଦ ଆସମ୍ ଅହେମ୍ମଦ ସରକାରୀ ହାଇସ୍କୁଲ ବିସନପୁର, ହାଜି ସେକ୍ ସମିରୁଦ୍ଧିନ୍ ହାଇସ୍କୁଲ କୃଷ୍ଣାନନ୍ଦପୁର ଓ ଫଜଲହକ୍ ସରକାରୀ ହାଇସ୍କୁଲ ତେଣ୍ଡାକୁଡ଼ା , କଦମଛନ୍ଦା ନୋଡ଼ାଲ ଉଚ ପ୍ରାଥମିକ ବିଦ୍ୟାଳୟ ଓ ମା ବୁଢ଼ୀ ଜାଗୁଳାଇ ମଧ୍ୟ ଇଂରାଜୀ ବିଦ୍ୟାଳୟ ନୂଆଗାଁ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆନ୍ତବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ, ଝୋଟି ଓ ରେଙ୍ଗାଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ଉପଲକ୍ଷେ ମହାମାୟା ପରିଷଦର ସଭାପତି ରୁଦ୍ର ସିଂହ ଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାନାମ୍ବର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ ଯନ୍ତ୍ରୀ ରବିନାରାୟଣ ସିଂହ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିଲେ । କଦମଛନ୍ଦା ଓ ନୂଆଗାଁ ର କିଶୋର କିଶୋରୀମାନେ ନୃତ୍ୟ ପରିବେଷଣ କରିଥିଲେ ।

ମା ରଣପୁରୀ ଏକାଡ଼େମୀର ଛାତ୍ର ଦେବସୂର୍ଯ୍ୟ ଷେଣ୍ଢ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅମୁଲ୍ୟ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ମେ ରଣପୁରୀ ଯୁବ ପରିଷଦର ଆଶିଷ ସିଂହ, ବିକାଶ ଷେଣ୍ଢ, ରାନଓ ସିଂହ, ଚିନ୍ମୟ ସିଂହ, ବନମାଳି ସାହୁ, ରୋହିତ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *