ସେପ୍ଟେମ୍ବର ୨୩ ରେମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

                          ଜନଶୁଣାଣି ପୋର୍ଟାଲଏବଂ ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେଆଗୁଆ ପଞ୍ଜୀକରଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯ /୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଆସନ୍ତା ସେପ୍ଟେମ୍ବର ୨୩ ତାରିଖ-ସୋମବାରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ।  ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦେବାକୁ ଥିବା ଜନସାଧାରଣଙ୍କ ପାଇଁ ଆଜିଠାରୁ ଉଦ୍ଦିଷ୍ଟ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହୋଇଛି ।ସେଦିନ ପଞ୍ଜୀକୃତ ସର୍ବାଧିକ ୧୦୦୦ ଦରଖାସ୍ତକାରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇପାରିବେ । ୨୩ତାରିଖ ସୋମବାର ୧୧ଟା ସମୟରୁ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।

ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ସରକାରୀ ବାସଗୃହ ନମ୍ବର ଭିଆଇଆଇଆଇଏମଆର-୪ ଠାରେ ଏହି ଜନଶୁଣାଣି ଅନୁଷ୍ଠିତ ହେବ । ଆବେଦନକାରୀ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏଥି ସହିତ ଜନସାଧାରଣ ଯେପରି ସେଠାରେ ସୁବିଧାରେ ସେମାନଙ୍କର ଅଭିଯୋଗ ଦେଇପାରିବେ, ସେଥିପାଇଁ ଆନୁଷଙ୍ଗିକ ପ୍ରସ୍ତୁତି କରାଯାଉଛି ।

Leave a Reply

Your email address will not be published. Required fields are marked *