କାଳବୈଶାଖୀ, ଗଛ ପଡ଼ି ନାବାଳିକା ମୃତ

ଠାକୁରମୁଣ୍ଡା,୨୫/୦୫/୨୦୨୬ (ଓଡ଼ିଶା ସମାଚାର)-କାଳ ବୈଶାଖୀ ପ୍ରଭାବରେ ଠାକୁରମୁଣ୍ଡା ବ୍ଲକ୍ର ବିଭିନ୍ନ ଗ୍ରାମ ପଂଚାୟତରେ ଘର ଭାଙ୍ଗିବା, ବିଦ୍ୟୁତ୍ ଖୁଂଟ ଭାଙ୍ଗିବା, ଗଛପଡି ରାସ୍ତା ଅବରୋଧ ହେବା ସହିତ ଧନ ଜୀବନ କ୍ଷୟକ୍ଷତି ହୋଇଛି । ଏଥିରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ତାଙ୍କ ନାମ ସ୍ୱିଟି ପାତ୍ର(୧୩) । ଠାକୁରମୁଣ୍ଡାରେ ସୋମବାର ଅପରାହ୍ନ ୩.୨୦ ମିନିଟ ସମୟରେ ହଠାତ୍ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ବର୍ଷା ସହିତ ପ୍ରବଳ ପବନ ବହିଥିଲା । ଫଳରେ, ଅନେକ ଘରର ଟାଇଲ, ଆଜବେଷ୍ଟସ୍ ଘରର ଛପର ଉଡ଼ିଯାଇଛି । ଆମ୍ବ ଗଛ ପଡ଼ି ଠାକୁରମୁଣ୍ଡା- କରଂଜିଆ ରାସ୍ତା ଅବରୋଧ ହୋଇ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ଜାଗାରେ ବିଦ୍ୟୁତ୍ ଖୁଂଟ ଭାଙ୍ଗି ଯାଇଛି । ଅଗ୍ନିଶମ ବିଭାଗ ରାସ୍ତା ଗଛକାଟି ସଫା କରିବାପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି ।

Leave a Reply

Your email address will not be published. Required fields are marked *