କଟକ ସଦର,୧୯ /୯/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ସରକାର ଙ୍କ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କଟକ ଜିଲ୍ଲା ରେ ଆବଶ୍ୟକତା ଦୃଷ୍ଟିରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଅନୁପାତକୁ ନେଇ ୮୯୩ କନିଷ୍ଠ ଶିକ୍ଷକ ନିଯୁକ୍ତି ହେବେ ବୋଲି କଟକ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ନୂତନ ଶିକ୍ଷକ ମାନଙ୍କୁ ଦୁଇଟି ବିଭାଗ ରେ ନିଯୁକ୍ତି ମିଳିବାକୁ ଯାଉଥିବା ବେଳେ ୧- ରେ ପ୍ରଥମରୁ ପଞ୍ଚମ ଓ ୨- ରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନିଯୁକ୍ତି ଦିଆଯିବ ବୋଲି ଆଲୋଚନାରୁ ଜଣାଯାଇଛି। ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ରଙ୍କ ପୈ।ରୋହିତ୍ୟରେ ଆୟୋଜିତ ବୈଠକରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଉପାଧ୍ୟକ୍ଷା ସୁଭଦ୍ରା ଦାସ ଙ୍କ ସମେତ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ, ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ଶିଵ ଟପ୍ପୋ, ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ୍ କମିଟି ଆଶିଷ କୁମାର ସାହୁ ଓ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
କଟକ ଜିଲ୍ଲାରେ ନିଯୁକ୍ତି ହେବେ ୮୯୩ କନିଷ୍ଠ ଶିକ୍ଷକ
