ମନୋଜ କୁମାର ପରିଡା ହେଲେ ନୂଆ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର,୦୯/୦୪/୨୦୨୫ (ଓଡ଼ିଶା ସମାଚାର)-ଆଇଏଏସ୍ (ଅବସରପ୍ରାପ୍ତ ) ମନୋଜ କୁମାର ପରିଡା ହେଲେ ନୂଆ ମୁଖ୍ୟ ସୂଚନା କମିଶନର। ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମନୋଜ କୁମାର ପରିଡ଼ାଙ୍କୁ ଓଡ଼ିଶା ସୂଚନା ଅଧିକାର (ଆରଟିଆଇ) ଆୟୋଗର ନୂତନ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ କରିଛନ୍ତି।

ପରିଡ଼ାଙ୍କ ସହିତ ଅନ୍ୟ ତିନିଜଣଙ୍କୁ ସୂଚନା ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ସେମାନେ ହେଲେ ଆଇପିଏସ୍ (ଅବସରପ୍ରାପ୍ତ ) ପ୍ରାଣବିନ୍ଦୁ ଆଚାର୍ଯ୍ୟ , ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ ଏବଂ ଆଇଏଏସ୍ (ଅବସରପ୍ରାପ୍ତ ) ପବିତ୍ର ମଣ୍ଡଳ ।

Leave a Reply

Your email address will not be published. Required fields are marked *