ନିରାକାରପୁର ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ୟ୍ୟକ୍ରମ

ଖୋର୍ଦ୍ଧା,୩/୨/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ହୋଇଯାଇଅଛି।ଲେଣ୍ଡୋ ପଂଚାୟତ ମା ତୋଟା ଭଗବତୀ ପୀଠରେ ଏହି କାର୍ୟ୍ୟକ୍ରମ ହୋଇଥିଲା। ନିଜର ବ୍ୟସ୍ତବହୁଳ କାର୍ୟ୍ୟକ୍ରମ ଭିତରେ କର୍ମଜୀବୀ ସାମ୍ବାଦିକ ହିସାବରେ ଆଜିର ଦିବସରେ ସାମ୍ବାଦିକ ମାନେ ପରସ୍ପର ମଧ୍ୟରେ ସୁଖଦୁଃଖ ବାଣ୍ଟିଥିଲେ। ଏହି ଅବସରରେ ସଂଘର ସଭାପତି ଦୀପକ ପ୍ରଧାନଙ୍କ ପୌରହିତ୍ୟରେ ଏକ ସଭା କରାଯାଇଥିଲା। କିପରି ସାମ୍ବାଦିକ ମାନେ ଚାପମୁକ୍ତ ହୋଇ କାର୍ୟ୍ୟ କରିବେ, ଲୋକ ପ୍ରତିନିଧିମାନଙ୍କ ଗୋଡାଣିଆ ନ ହୋଇ ନିରପେକ୍ଷ ଭାବେ ଖବର ପ୍ରସାରଣ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିବେ ତାହା ଆଲୋଚନା ର ପ୍ରମୁଖ ବିଷୟ ଥିଲା। ଗଣତନ୍ତ୍ର ର ଶେଷ ଖୁଣ୍ଟି ହିସାବରେ ଗଣମାଧ୍ୟମ ର ପଦମର୍ୟ୍ୟାଦା ରଖିବାରେ ଗୁରୁତ୍ବ ଦିଆଯାଇଥିଲା। ନିରପେକ୍ଷ ଖବର ପ୍ରସାରଣ ପାଇଁ ଯଦି କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ଖବର ରୋକିବାରେ ଚାପ ପ୍ରୟୋଗ କରେ ସଂଘବଦ୍ଧ ଭାବେ କିପରି ମୁକାବିଲା କରାଯାଇପାରିବ ତାହା ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାର ଙ୍କ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ପିତାମାତାଙ୍କୁ ଅନ୍ତଭୁକ୍ତ କରିବା ଓ ସାମ୍ବାଦିକ ମାନଙ୍କ ପାଇଁ ପେନସନ ଯୋଜନା ଶୀଘ୍ର କାର୍ୟ୍ୟ କରିବାର ଦାବି ଅତିଶୀଘ୍ର ରାଜ୍ୟ ସଂଘ ସହ ମିଳିତ ଦାବି କରିବାକୁ ଭବିଷ୍ୟତ କାର୍ୟ୍ୟପନ୍ଥା ନିର୍ଧାରଣ କରାଯାଇଥିଲା। ସାମ୍ବାଦିକ ବିକ୍ରମ କେଶରୀ ସାହୁ, ପ୍ରକାଶ ବଳିୟାରସିଂହ,କପିଳେଶ୍ଵର ସିଂହ,ଦାଶରଥି ଶ୍ରୀଚନ୍ଦନ,ବିଭୁତି ଭୂଷଣ ଦାଶ,ସୁଚିତ୍ର ରଂଜନ ଭୁଜବଳ,ଜିତେନ୍ଦ୍ର ମହାପାତ୍ର,ବାଲୁଙ୍କେଶ୍ୱର ବେହେରା, ଜ୍ଞାନ ରଂଜନ ଦାସ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରି ମତାମତ ଦେଇଥିଲେ।

Leave a Reply

Your email address will not be published. Required fields are marked *