ବିଲେଇଶୁଣି ମକର ମେଳାର ଶୁଭ ଉଦଘାଟନ

ଗରଦପୁର,୧୫/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ମିଳନ ସ୍ଥଳ ଗରଦପୁର ବ୍ଲକ୍ ପଳସୁଧା ପାଇକା ନଦୀ ପଠାରେ ଶ୍ରୀ ଶ୍ରୀ ବଜ୍ରମହାକାଳୀ ସାଂସ୍କୃତିକ ପରିଷଦ ପକ୍ଷରୁ ଐତିହାସିକ ୬୨ତମ ବିଲେଇଶୁଣି ମକର ମେଳା ଉପଲକ୍ଷେ ଗତକାଲି ବଜ୍ର ମହାକାଳୀ ଠାକୁରାଣୀ ନିକଟରେ ବିଶ୍ୱଶାନ୍ତି ମହାଯଜ୍ଞ ର କଳସ ସ୍ଥାପନ ଓ ଅଙ୍କୁରା ରୋପଣ କରାଯାଇ ଥିଲା । ଆଜି ବିଶ୍ୱଶାନ୍ତି ମହାଯଜ୍ଞ , ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଆଦି ଆରମ୍ଭ ହୋଇଛି । ସ୍ଥାନୀୟ ପଳସୁଧା ପଂଚାୟତର ପୂର୍ବତନ ସରପଂଚ ଅନୁଜ କୁମାର ମହାନ୍ତି ୬୨ ଟି ମହମବତୀ ପ୍ରଜ୍ୱଳନ କରି ୬୨ତମ ବିଲେଇଶୁଣି ମକର ମେଳାର ଶୁଭ ଉଦଘାଟନ କରିଛନ୍ତି ।

ଏହି ଶୁଭ ଉଦଘାଟନ ସମୟରେ ଶ୍ରୀ ଶ୍ରୀ ବଜ୍ରମହାକାଳୀ ସାଂସ୍କୃତିକ ପରିଷଦର ସଭାପତି ଅଗସ୍ତି ଓଝା, ପୂର୍ବତନ ସଭାପତି ପ୍ରଣବ କୁମାର ଜେନା, ବସନ୍ତ ସାହୁ, ବିକାଶ ସିଂ, ଜିବିିତେଶ ପରିଡ଼ା, ଦୀପକ ସ୍ୱାଇଁ, ଭରତ ଓଝା, କାଶିନାଥ ସାହୁ, ସମିର ସାମଲ, ଟୁକୁନା ସାହୁ, ଅଧିର ବିଶ୍ୱାଳ ଓ ବଗୁଲା ନନା ପ୍ରମୁଖ ଉପସ୍ଥିତ ଥିଲେ । ୧୭ ତାରିଖ ଶନିବାର କ୍ରୀଡ଼ା ପ୍ରତିଯୋଗିତା ଶେଷ ହେବା ସହ ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣ୍ଣହୂତୀ ଅନୁଷ୍ଠିତ ହେବ । ଏହାପରେ ୧୮ ତାରିଖ ରବିବାର ଠାରୁ ୨୧ ତାରିଖ ବୁଧବାର ପର୍ଯ୍ୟନ୍ତ ଦିବା ରାତ୍ର ଯାତ୍ରା ପରିବେଷଣ କରାଯିବାର ଆୟୋଜନ କରାଯାଇଥିବା ଶ୍ରୀ ଶ୍ରୀ ବଜ୍ରମହାକାଳୀ ସାଂସ୍କୃତିକ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *