ମଦର୍ସ କ୍ଲବ ପକ୍ଷରୁ ଶିକ୍ଷାବିତ ମନୋଜ ନାୟକ ଙ୍କୁ ସମ୍ବର୍ଦ୍ଧନା 

କଟକ ସଦର, ୧୪/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ  ୪୨ ମୈ।ଜା କଳପଡା ଠାରେ ଥିବା ଅଗ୍ରଣୀ ‘ ମଦର୍ସ କ୍ଲବ’ ପକ୍ଷରୁ ଗଣେଶ ପୂଜା ଅବସରରେ ସଦର ଅଞ୍ଚଳର ଜଣାଶୁଣା ଯୁବ ସଂଗଠକ ଓ ସମାଜସେବୀ ତଥା ବିଶିଷ୍ଟ ଶିକ୍ଷାନୁଷ୍ଠାନ ସି ଭି ରମଣ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ (ଟୁଟନ) ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଟୁଟନ ଙ୍କୁ ଶୋଭାଯାତ୍ରାରେ ଗଣେଶ ପୂଜା ମଣ୍ଡପକୁ ପାଛୋଟି ଅଣାଯାଇ ଉପଢୌକନ ଓ ଫୁଲ ତୋଡା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସମସ୍ତ ମୁରଵୀ ଓ କ୍ଲବର ସଦସ୍ୟଙ୍କ ମଧ୍ୟରେ ରାଜୀବ ଲୋଚନ ମହାନ୍ତି,ସୁବ୍ରତ ପରିଡ଼ା,ବିଜୟ ନାୟକ, ସୁଶାନ୍ତ ପରିଡ଼ା, ସୂଦର୍ଶନ ଜେନା, ପ୍ରକାଶ ମାଝି, ସନ୍ତୋଷ ସ୍ୱ।ଇଂ, ରଞ୍ଜନ ପରିଡ଼ା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *