ବିଭୁପ୍ରେମୀ  ଗଙ୍ଗାଧର ସାହୁଙ୍କ ସ୍ମୃତିସଭା ।

ମାହାଙ୍ଗା, ୦୯/୦୧/୨୦୨ ୪ (ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ର କୁହୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବନଗୁରିଆ ଗ୍ରାମର ଶତାୟୁ ସଂସ୍କୃତି ବିଭୁପ୍ରେମୀ ବିନାୟକ କ୍ଲବ ର କାର୍ଯ୍ୟକାରୀ ସଭ୍ୟ  ଗଙ୍ଗାଧର ସାହୁ ଓ ଧଉଳିଆ ଗ୍ରାମର ଧର୍ମପ୍ରାଣା ମହିଳା ନିର୍ମଳା ସାମଲଙ୍କ ସ୍ମୃତିସଭା,ବର୍ଷିୟାନ କଳା କାର ଶ୍ରୀଯୁକ୍ତ ଦୀନବନ୍ଧୁ ଦାସଙ୍କ ଅଧ୍ୟକ୍ଷତାରେ କ୍ଲବ ପରିସରରେ ଅନୁଷ୍ଠିତ ହୋଇଛି । ଉପସ୍ଥିତ ଗ୍ରାମବାସୀ , କ୍ଲବ କର୍ମକର୍ତ୍ତା ସ୍ଵର୍ଗତ ଅମର ଆତ୍ମାର ସଦଗତି କାମନା ସହ ନିରବପ୍ରାର୍ଥନା , ତାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ, ନାମ ସଂକୀର୍ତ୍ତନ, ସାତ୍ଵିକଭଜନ ଗାନ କରାଯାଇଥିଲା । ସ୍ଵର୍ଗତ ଗଙ୍ଗାଧର ସାହୁ ଏକାଧାରରେ ଜଣେ ଆଗଧାଡିର ଅଭିନେତା, ନିର୍ଦେଶକ , ରୂପକାର, ନାମ ସଂକୀର୍ତ୍ତନ ଗାୟକ,ବାୟକ ଓ ସଂଯୋଜକ , ସହଯୋଗୀ ଏପରି ବହୁବିଧ ପ୍ରତିଭାଧାରିଙ୍କ ଦେହାନ୍ତ ସମସ୍ତଙ୍କୁ ମର୍ମାହତ କରିଛି ବୋଲି ସଭାସ୍ଥିତ ସମସ୍ତଙ୍କର ବକ୍ତବ୍ୟରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଥିଲା ।  ରାଧାନାଥ ରାଉତ, ସମୀରଣ ରାଉତ,ହରିସ୍ ଖୁଣ୍ଟିଆ,ବିଜୟନାରାୟଣ ସାମଲ, ଦୀପ୍ତି ରଞ୍ଜନ ସାମଲ,ଦିବ୍ୟସୁନ୍ଦର ରାଉତ, ମୃତ୍ୟୁଞ୍ଜୟ ସ୍ଵାଇଁ , ସୁବାସ ଚନ୍ଦ୍ର ଦାସ,ଭାଗ୍ୟଧର ନାୟକ, ଗୟାଧର ସାହୁ, ବ୍ରଜକିଶୋର ପରିଡ଼ା ପ୍ରଭୃତି ଉକ୍ତ ସ୍ମୃତିଚାରଣ ତଥା ନାମ ସଂକୀର୍ତ୍ତନରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *