ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ସମୀକ୍ଷା ବୈଠକ

ଜଗତସିଂହପୁର,୨୮/୦୫/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ସମୀକ୍ଷା ବୈଠକ ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ମାନ୍ୟବର ବିଧାୟକ ବାଲିକୁଦା -ଏରସମା ଶ୍ରୀ ସାରଦା ପ୍ରସନ୍ନ ଜେନା କହିଲେ ଯେ, ଜିଲ୍ଲା ପ୍ରଶାସନ ତଥା ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ସଠିକ୍ ସମନ୍ଵୟ ସହ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକ ଉଦ୍ୟମ ରହିଲେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରିବ। ଏହି ବୈଠକ ରେ ବିଧାୟକ ଶ୍ରୀ  ଜେନା ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଉନ୍ନୟନ ମୂଳକ କାର୍ଯ୍ୟର ପ୍ରଗତି ତଥା କାର୍ଯ୍ୟକାରିତା ବିଷୟ ରେ ସମୀକ୍ଷା କରିଥିଲେ।

ବୈଠକ ରେ ଉପସ୍ଥିତ ରହି ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠି ସମନ୍ଵୟ ଓ ସହଭାଗିତା ରହିଲେ ଉନ୍ନୟନ ସମ୍ଭବ ବୋଲି କହିଥିଲେ। ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ମଧ୍ୟ ଆନ୍ତରିକତା ଓ ଉପଯୁକ୍ତ ମାଧ୍ୟମ ଦ୍ୱାରା ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।ଆଗାମୀ ଦିନରେ ଆଉ କଣ କରାଗଲେ ସରକାରଙ୍କ ଯୋଜନା ଆହୁରି ସଠିକ୍ ଭାବେ ଲୋକମାନଙ୍କ ପାଖେ ପହଞ୍ଚି ପାରିବ ତାର ପୁଙ୍ଖାନୁପୁଙ୍ଖ ଆଲୋଚନା ଅଧିକାରୀ ମାନଙ୍କ ସହ କରାଗଲା।

ଏହି ବୈଠକରେ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବିଭାଗ ର କାର୍ଯ୍ୟକାରିତା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ବୈଠକରେ ଅଧ୍ୟକ୍ଷ , ବାଲିକୁଦା ପଞ୍ଚାୟତ ସମିତି,ମଣ୍ଡଳ ଉନ୍ନୟନ ଅଧିକାରୀ, ବାଲିକୁଦା, ଏରସମା, ତହସିଲଦାର ବାଲିକୁଦା, ଏରସମା, ଏବଂ ଲାଇନ୍ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *