କଟକ ସଦର, ୧୪/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତ ଡିହସାହି ଠାରେ ଥିବା ପ୍ରସିଦ୍ଧ ମା’ ହସ୍ତିଵାହିନୀ ଠାକୁରାଣୀ ମନ୍ଦିର ର ଟ୍ରଷ୍ଟ ବୋର୍ଡ ଗଠନ କୁ ନେଇ ଦେଖାଦେଇଥିବା ବିବାଦର ପୂର୍ଣ୍ଣଛେଦ ପଡ଼ିଛି। ପ୍ରକାଶ ଯେ ବଂଶାନୁକ୍ରମେ ସେବକ ଭାବେ ମନ୍ଦିରର ପୂଜାର୍ଚ୍ଚନା କରୁଥିବା ରଣା ପରିବାରଙ୍କ ଅଗୋଚରରେ ଅନିୟମିତତା ମଧ୍ୟରେ କଟକ ସହକାରୀ ଦୋଵୋତ୍ତର ଆୟୁକ୍ତ ଟ୍ରଷ୍ଟ ବୋର୍ଡ ଗଠନ କରିଥିବା ପ୍ରତିବାଦ ରେ ପୂଜକ ମାନଙ୍କ ପକ୍ଷରୁ ସୁରେନ୍ଦ୍ର ରଣା ଓ ଅନ୍ୟ ୧୪ ଜଣ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଉକ୍ତ ମାମଲାକୁ ଵିଚାର କରି ଏହାର ସତ୍ୟାସତ୍ୟ ଉପରେ ଏକ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରି ଜଣାଇବାକୁ ହାଇକୋର୍ଟ ଭୂଵନେଶ୍ୱର ଦେବୋତ୍ତର କମିଶନର ଙ୍କୁ ଗତ ୨.୮.୨୦୨୪ ତାରିଖ ରେ ନିର୍ଦ୍ଦେଶ ଦେଇଥିଲେ।ଏହାର ତଦନ୍ତ କରି କଟକ ଦେବୋତ୍ତର କମିଶନର ଟ୍ରଷ୍ଟ ବୋର୍ଡ ଅନିୟମିତତା ମଧ୍ୟରେ ହୋଇଥିବା ଦର୍ଶାଇ ଭୁବନେଶ୍ୱର ଦେବୋତ୍ତର କମିଶନର ଙ୍କୁ ରିପୋର୍ଟ ଦେବା ପରେ ଭୁବନେଶ୍ଵର ଦେବୋତ୍ତର କମିଶନର ଡଵ୍ଲ୍ୟୁ.ପି.(ସି) ନଂ ୧୭୫୯୨/୨୦୨୪, ତା ୧୨.୯.୨୦୨୪ ରିଖ ରେ ଟ୍ରଷ୍ଟ ବୋର୍ଡ କୁ ଭାଙ୍ଗି ନୂତନ ଟ୍ରଷ୍ଟ ବୋର୍ଡ ଗଠନ ପର୍ଯ୍ୟନ୍ତ ଆନ୍ତରିଣ ଟ୍ରଷ୍ଟି ଭାବେ କଟକ ସଦର ତହସିଲଦାର ଙ୍କୁ ନିଯୁକ୍ତି ଦେଇଥିବା ଜଣାଯାଇଛି।ଏହା ଜଣାପଡିବା ପରେ ପୂଜକ ରଣା ସେବକ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।