ମାର୍କଫେଡ୍ ର କାର୍ଯ୍ୟାବଳୀ ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବଳସାମନ୍ତ

#ଲାଭଜନକ ସଂସ୍ଥାରେ ପରିଣତ କରିବାକୁମାର୍କଫେଡ୍କୁ ଦିଆଯିବ ନୂଆଉର୍ଜା
#ଭିତିଭୂମିରେ ଆସିବ ପରିବର୍ତନ, ସ୍ୱାବଲମ୍ବୀ ହେବ ମାର୍କଫେଡ୍
#କେବଳ ସାର ନୁହେଁ, କୃଷିଭିତିକ ବିବିଧ ବ୍ୟବସାୟ କରିବାକୁ ପରାମର୍ଶ

ଭୁବନେଶ୍ୱର, ୧୩ /୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଙ୍ଗÿିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ(ମାର୍କଫେଡ୍)ର ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଜି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଦିପ ବଳସାମନ୍ତ ସମୀକ୍ଷା କରିଛନ୍ତି । ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ମାର୍କଫେଡ୍ ର ପରିଚାଳନା ନିର୍ଦ୍ଧେଶକ ଶ୍ରୀ ସନ୍ତୋଷ କୁମାର ଦାଶ ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନ କରିଥିଲେ । କ୍ଷତିରେ ଚାଲୁଥିବା ମାର୍କଫେଡ୍ ରେ ବିଭିନ୍ନ ସଂସ୍କାର ଅଣାଯିବା ସହ ଏହାକୁ ଲାଭଜନକ ଅନୁଷ୍ଠାନରେ ପରିଣତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଶ୍ରୀ ବଳସାମନ୍ତ । ଭିତିଭୂମିରେ ପରିବର୍ତନ ଆଣିବା ସହ ଅନୁଷ୍ଠାନକୁ ସ୍ୱାବଲମ୍ବୀ କରିବା ପାଇଁ ବ୍ୟବସାୟରେ ବୃଦ୍ଧିକରିବାକୁ ପରାମର୍ଶ ଦେଇଥିଲେ । ବର୍ତମାନ ମାର୍କଫେଡ୍ ଓଙ୍ଗÿିଶା ଚାଷୀଙ୍କ ଠାରୁ ବଳକା ଡାଲି ଓ ତୈଳବୀଜ ଜାତୀୟ ଶସ୍ୟ ସରକାରୀ ମୂଲ୍ୟରେ କ୍ରୟ କରୁଛି ।ତେବେ ଚାଷୀଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟରେ ଧାନ କ୍ରୟ କରିିବା ପାଇଁ ମାର୍କଫେଡ୍କୁ ଅନୁମତିପ୍ରଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିବାକୁ ସମୀକ୍ଷା ବୈଠକରେ ନିଷ୍ପତିହୋଇଥିଲା । କଟକ, ପଟିଆ, ବରଗଡ଼, ଆଦି ସ୍ଥାନମାନଙ୍କରେ ଥିବା ମାର୍କଫେଡ୍ର ନିଜସ୍ୱ ଜମିରେ ତଥା ମାର୍କଫେଡ୍ର ମୁଖ୍ୟ ଦପ୍ତରରେ ବହୁତଳ ପ୍ରାସାଦ ନିର୍ମାଣ କରି ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ଜରିଆରେ ରାଜସ୍ୱ ବୃଦ୍ଧିକରିବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ ।କେବଳ ସାର ବ୍ୟବସାୟରେ ନିଜକୁ ସୀମିତ ନରଖିକୃଷିଭିତିକ ବ୍ୟବସାୟର ବିବିଧିକରଣ କରି ମାର୍କଫେଡ୍ ତାର ରାଜସ୍ୱ ବୃଦ୍ଧିକରୁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ମତ ରଖିଥିଲେ ।

ମାର୍କଫେଡ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବଡ଼ଚଣା ବିଧାୟକ ତଥା ମାର୍କଫେଡ୍ କର୍ମଚାରୀ ସଂଘର ସଭାପତି ଶ୍ରୀ ଅମର କୁମାର ନାୟକ, ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ,ମାର୍କଫେଡ୍ର ସଭାପତି ସୁଶ୍ରୀ କବିତାମଞ୍ଜରୀ ପରିଡ଼ା, ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ପ୍ରଭୁକଲ୍ୟାଣ ପଟ୍ଟନାୟକ, ମାର୍କଫେଡ୍ର ସଚିବ ରୋଜାଲିନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *