ଗୋଆରେ ସାମୁଦି୍ରକ ରାଜ୍ୟ ବିକାଶ ପରିଷଦ ବୈଠକ

                             ‘ବନ୍ଦର ଓ ସାମୁଦି୍ରକ ଭିତ୍ତିଭୂମିର ବିକାଶ ନିମନ୍ତେ କେନ୍ଦ୍ର ଅଧିକ ସହାୟତା ଦେଉ’:ପରିବହନ ମନ୍ତ୍ରୀ ଶ୍ରୀ ଜେନା

ଭୁବନେଶ୍ୱର, ୧୩ /୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାରେ ବନ୍ଦର ବିକାଶ, ମାଛଧରା ବନ୍ଦର ଓ ଜେଟିଗୁଡ଼ିକର ଉନ୍ନତି ସାଙ୍ଗକୁ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ସାମୁଦି୍ରକ ପ୍ରତିଷ୍ଠାନ ଆରମ୍ଭ କରିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ରଖିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ମର୍ମରେ କେନ୍ଦ୍ରର ସହାୟତା ଓ ସହଯୋଗ କାମନା କରିଛନ୍ତି । ଗୋଆଠାରେ କେନ୍ଦ୍ର ବନ୍ଦର, ଜାହଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ଅଧୀନସ୍ଥ ସାମୁଦି୍ରକ ରାଜ୍ୟ ବିକାଶ ପରିଷଦର ବିଂଶତମ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଓଡ଼ିଶାରେ ସାମୁଦି୍ରକ ଭିତ୍ତିଭୂମିର ବିକାଶ ଓ ବନ୍ଦରଗୁଡ଼ିକର ଉନ୍ନତି ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନା ବୈଠକରେ ବକ୍ତବ୍ୟ ରଖି କହିଛନ୍ତି ଯେ ଓଡ଼ିଶାରେ ଆଉ ଗୋଟିଏ ବଡ଼ ବନ୍ଦରର ଉନ୍ନତି ସାଙ୍ଗକୁ କ୍ରୁଇଜ୍‌ ଟର୍ମିନାଲ ନିର୍ମାଣର ଆବଶ୍ୟକତା ରହିଛି । କେନ୍ଦ୍ର ସରକାରଙ୍କ ‘ହରିତ୍‌ ନୌକା’ ମାର୍ଗଦର୍ଶିକା ଅନୁସାରେ ଚିଲିକାରେ ୨୦ ସିଟ୍‌ବିଶିଷ୍ଟ ସୌରଶକ୍ତି ଚାଳିତ ବୋଟ୍‌ର ଶୁଭାରମ୍ଭ, ରାଜ୍ୟରେ ଥିବା ୨୬୯୬ଟି ପଞ୍ଜିକୃତ ଡଙ୍ଗାକୁ ସୌରବିଦୁ୍ୟତ ହାଇବି୍ରଡ୍‌ ବୋଟ୍‌ ଭାବରେ ପରିବର୍ତ୍ତିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ନୂତନ ମାଛଧରା ବନ୍ଦର ଓ ଜେଟି ନିର୍ମାଣ ନିମନ୍ତେ ସହାୟତା ଯୋଗାଇଦେବାକୁ ମନ୍ତ୍ରୀ ଶ୍ରୀ ଜେନା କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶାର ୪୮୦ କିମି ବିସ୍ତୃତ ସମୁଦ୍ରତଟର ଉପଯୋଗ କ୍ରମେ ସାମୁଦି୍ରକ କ୍ଷେତ୍ର ତଥା ଆଭ୍ୟନ୍ତରୀଣ ଜଳପଥର ସାମଗି୍ରକ ଓ ସ୍ଥାୟୀ ବିକାଶ ନିମନ୍ତେ ମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି । ଦକ୍ଷ ମାନବସମ୍ବଳ ସୃଷ୍ଟି ଉଦ୍ଦେଶ୍ୟରେ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ସାମୁଦି୍ରକ ପ୍ରତିଷ୍ଠାନ ବା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ସେ ଦାବି ଜଣାଇଛନ୍ତି । ସାମୁଦି୍ରକ ରାଜ୍ୟ ବିକାଶ ପରିଷଦ ବୈଠକରେ ସଦସ୍ୟ ରାଜ୍ୟଗୁଡ଼ିକର ସଂପୃକ୍ତ ମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିବାବେଳେ ଓଡ଼ିଶାର ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *