ଜଗତସିଂହପୁର,୨୯/୮/୨୦୨୪(ଓଡ଼ିଶା ସମାଚାର)- ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ବିଶ୍ୱ ଚକ୍ଷୁଦାନ ପକ୍ଷ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ୨୫ ଅଗଷ୍ଟ ରୁ ୮ ସେପ୍ଟେମ୍ବର ପର୍ୟ୍ୟନ୍ତ ଏହି ପକ୍ଷ ପାଳନ କରାଯାଇଥାଏ । ଉକ୍ତ ସଭାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଅଭିଭାଷଣରେ ଏହି ପକ୍ଷ ପାଳନର ଉଦ୍ଧେଶ୍ୟ ଚକ୍ଷୁର ଯତ୍ନ ଓ ଚକ୍ଷୁଦାନ କରିବା କେତେ ଜରୁରୀ ସେ ବିଷୟରେ ସଚେତନତା କରିବା । ଅନ୍ଧତ୍ୱ ଦୂରୀକରଣ ନିମନ୍ତେ ଲୋକମାନଙ୍କ ମନରେ ଥିବା ଅନ୍ଧ ବିଶ୍ୱାସକୁ ଦୂରେଇବା । ଯାହାଦ୍ୱାରା ସମସ୍ତେ ଚକ୍ଷୁଦାନ ନିମନ୍ତେ ଆଗେଇଆସିଲେ ହିଁ ଅନ୍ଧତ୍ୱ ଦୂରୀକରଣ କରିବାରେ ସହାୟକ ହୋଇପାରିବା । ମୃତ୍ୟୁ ପରେ ଚକ୍ଷୁଦାନ କରିବା ନିମନ୍ତେ ନିଜେ ଓ ନିଜ ପରିବାର ଲୋକଙ୍କ ମନରେ ଥିବା ଅନ୍ଧ ବିଶ୍ୱାସ ଦୂରେଇବା ହିଁ ଏହି ଦିବସ ପାଳନର ଅଭିପ୍ରାୟ ବୋଲି ଶ୍ରୀ ଦାଶ କହିଥିଲେ । ଜ଼ିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଅଭିଭାଷଣରେ ଏହି ଦିବସ ପାଳନର ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରି କହିଥିଲେ ଚକ୍ଷୁ ଦାନ ଦ୍ୱାରା କରନିଆ ଦ୍ୱାରା ହେଉଥିବା ଅନ୍ଧତ୍ୱକୁ ଦୂରେଇଦେଇହବ । ଆମ ରାଜ୍ୟ ଓଡ଼ିଶାରେ ୫ଟି ଚକ୍ଷୁ ଦାନ କେନ୍ଦ୍ର ଅଛି , ଯଥା ଏସ .ସି .ବି. ମେଡିକାଲ କଲେଜ, କଟକ, ଭିମସାର ବୁର୍ଲା ,ଏମ .କେ .ସି .ଜି . ମେଡିକାଲ କଲେଜ, ବ୍ରହ୍ମପୁର, ଆର .ଜି. ଏଚ . ରାଉଲକେଲା ଏବଂ ଖୋର୍ଦ୍ଧା ଓ ଯେଉଁଠାରେ ଡୋନର ମାନଙ୍କ ଠାରୁ ଚକ୍ଷୁ ସଂଗ୍ରହ କରି ସୁରକ୍ଷିତ ରଖାଯାଇ କରନିଆ ଟ୍ରାନ୍ସପ୍ଲାଣ୍ଟ କରାଯାଇଥାଏ । ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ସୂଚନା ଦେଇଥିଲେ ଏହି ଯେ ଆଗକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଚକ୍ଷୁଦାନ ସମ୍ପର୍କିତ ସୂଚନା ଓ ପରାମର୍ଶ କେନ୍ଦ୍ର ହେବାକୁ ଯାଉଛି, ଯାହା ଦ୍ୱାରା ଲୋକଙ୍କ ଭିତରେ ଆଗ୍ରହ ସୃଷ୍ଟି ହେବ ଏବଂ ସେମାନେ ବ୍ୟକ୍ତିବିଶେଷ ଓ ପରିବାର ଲୋକମାନେ ଚକ୍ଷୁଦାନ ନିମନ୍ତେ ଆଗେଇଆସିବେ ଶପଥ କରିବେ ମୃତ୍ୟୁ ପରେ ଚକ୍ଷୁଦାନ କରିବାକୁ । ଚକ୍ଷୁ ବିଶେଷଜ୍ଞ ଡାକ୍ତର ପୂର୍ଣିମା ନନ୍ଦ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟସନ ମାଧ୍ୟମରେ ଏହି ସମସ୍ତ ପ୍ରକ୍ରିୟାକୁ ସୁନ୍ଦରଭାବେ ବୁଝାଇଥିଲେ । ଆଖି ଏକ ମୂଲ୍ୟବାନ ଅଙ୍ଗ, ମୃତ୍ୟୁ ପରେ ଆଖିର ସ୍ୱଚ୍ଛ ପଟଳ ସଂଗ୍ରହ କରାଯାଇଥାଏ ଓ ୪୮ ଘଣ୍ଟା ମଧ୍ୟରେ ଏହାକୁ ଟ୍ରାନ୍ସପ୍ଲାନେଣ୍ଟ କରାଯାଇଥାଏ ଏକ ଅନ୍ଧ ବ୍ୟକ୍ତିକୁ । ଯେ କୌଣସି ବୟସରେ ଯେ କୌଣସି ଜାତି ,ଧର୍ମ, ବର୍ଣ୍ଣ, ଲିଙ୍ଗ, ନିର୍ବିଶେଷରେ ଚକ୍ଷୁ ଦାନ କରାଯାଇପାରିବେ । ଜଣେ ଲୋକ ଚକ୍ଷୁ ଦାନ ଦ୍ୱାରା ଦୁଇ ଜଣଙ୍କ ଦୃଷ୍ଟି ଶକ୍ତି ଫେରାଇପାରିଥାଏ ବୋଲି ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ କୁଇଜ଼ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଉକ୍ତ ସଭାରେ ଜ଼ିଲ୍ଲା ସ୍ତରରୁ ଡାକ୍ତର ସ୍ମୁତିରଞ୍ଜନ ପଣ୍ଡା ,ଅନିତା ଦାଶ, ଅଶିତ କୁମାର ଦାଶ,ସୁରେଶ କୁମାର ଭୋଳଙ୍କ ସମେତ ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଜ଼ିଲ୍ଲା ସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।