ମଶାଣୀ ଜମି ଚିହ୍ନଟ ଓ ଶବଦାହ ଗୃହ ନିର୍ମାଣ ପାଇଁ  ଜିଲ୍ଲା ନାଗରିକ ଫୋରମ୍ ପକ୍ଷରୁ ଦାବି ପତ୍ର ପ୍ରଦାନ 

ବାଲିଗୁଡା,୧୧/୦୯/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ସଦର ବାଲିଗୁଡା ଏନଏସି ଅନ୍ତର୍ଗତ  ସର୍ବ ପୁରାତନ ଜନବହୁଳ ଅଞ୍ଚଳ ୫,୬,୭ ନମ୍ବର ୱାର୍ଡ ରେ ମଶାଣି ଜମି ଚିହ୍ନଟ ଓ ଶବ ଗୃହ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ମଶାଣୀ ଜମି ଚିହ୍ନଟ ଓ ଶବଦାହ ଗୃହ ପାଚେରୀ ନିର୍ମାଣ ଓ ଆଲୋକ ପାଣି ବ୍ୟବସ୍ଥା ପାଇଁ କନ୍ଧମାଳ ଜିଲ୍ଲା ନାଗରିକ ଫୋରମ୍ ପକ୍ଷରୁ ବାଲିଗୁଡ଼ା ବ୍ଲକ୍ କୋଅଡ଼ିନେଟର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ବରେ ବାଲିଗୁଡ଼ା ଉପ ଜିଲାପାଳ ଡ଼.ରୀନା ପ୍ରଧାନ ଓ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକା ନନ୍ଦ ଦଳାଇ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ  । ଉପ ଜିଲାପାଳ ଡ଼.ରୀନା ପ୍ରଧାନ ଙ୍କ ଫୁଲବାଣୀ ଗସ୍ତ କାର୍ଯକ୍ରମ ଥିବାରୁ ଆସିଷ୍ଟାଣ୍ଟ କଲେକ୍ଟର ରୂପକ କୁଜୁରୁ ଙ୍କୁ ଦାବି ପତ୍ର ଦିଆଯାଇଛି । ସୂଚନାଯୋଗ୍ୟ ଯେ କିଛି ବର୍ଷ ହେବ ଜମି ମାଫିଆ ଙ୍କର ଲୋଲୁପ ଦୃଷ୍ଟି ଯୋଗୁଁ ଧିରେ ଧିରେ ମଶାଣି ଭାବେ ବ୍ୟବହାର କରୁଥିବା ଜମି ସଙ୍କୁଚିତ ହେବାକୁ ବସିଲାଣି । ଜମି ମାଫିଆ ମାନେ ସ୍ମଶାନ ଜମି କୁ ମଧ୍ୟ ଅକ୍ତିଆର କରି ବିକ୍ରିକରି ଦେବାକୁ ଭୟ କରୁନାହାନ୍ତି। ତିନି ୱାର୍ଡ ବାସିନ୍ଦା ମଶାଣି ଭାବେ ବ୍ୟବହାର କରୁଥିବା ଜମି ଚିହ୍ନଟ ପ୍ରକ୍ରିୟା ପ୍ରଶାସନ ପକ୍ଷରୁ  ଅହେତୁକ ବିଳମ୍ବ ଯୋଗୁଁ ମାଫିଆ ମାନେ ସରକାରୀ ଗୁଡିକ ବିକ୍ରି କରି ମାଲେମାଲ ହେଉଥିବା ନଜିର ରହିଛି।  ମଶାଣି ରେ ଶବ ଗୃହ ଆଲୋକ ପାଣି ବ୍ୟବସ୍ଥା ନଥିବାରୁ ତିନି ପ୍ରମୁଖ ୱାର୍ଡବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି । ବର୍ଷା ଦିନ ମଶାଣି ରେ ଶବ ରେ ଲାଗିଥିବା ଜୁଇ ମଧ୍ୟ ଲିଭି ଯାଇଥିବା ଅଭିଯୋଗ ହେଉଛି । ପରିତାପ ର ବିଷୟ ଯେ ଏନ୍ଏସି ଗଠନ ର ଦୁଇ ଯୋଜନା ଅଧ୍ୟକ୍ଷ ଭାବେ ଏବେ ଉପାଧ୍ୟକ୍ଷ ଭାବେ ନୂଆସାହି ରୁ ପ୍ରତିନିଧିତ୍ଵ କରିଛନ୍ତି କିନ୍ତୁ ଆନ୍ତରିକତା ଓ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଉନ୍ନୟନ କାର୍ଯ୍ୟ ଆଗେଇ ପାରୁନାହିଁ । ପାଞ୍ଚ ବର୍ଷ ତଳେ ୧୪୭  ବାଟାଲିୟନ ରେ କାର୍ଯ୍ୟରତ ବିଏସଏଫ୍ ଜବାନ ଶହୀଦ ଦିନେଶ ପାତ୍ର ଙ୍କ  ଶେଷକୃତ୍ୟ ସମ୍ପନ୍ନ ବେଳେ ତତ୍କାଳୀନ ଉପ ଜିଲ୍ଲାପାଳ ଏବଂ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗଦେଇ ମଶାଣି ଜମି ଚିହ୍ନଟ, ଶବ ଗୃହ, ଆଲୋକ ପାଣି ବ୍ୟବସ୍ଥା, ପାଚେରୀ ନିର୍ମାଣ କରିବାକୁ ନିର୍ଭର ଯୋଗ୍ୟ ପ୍ରତିଶୃତି ଦେଇଥିଲେ କିନ୍ତୁ ମାନ୍ୟବର ବିଧାୟକ ଅଦ୍ୟାବଧି ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ଫଳରେ ଲୋକେ ହିନସ୍ତା ଭୋଗୁଥିବା ଦେଖିବାକୁ ମିଳିଛି । ଆଲୋକ ବ୍ୟବସ୍ଥା ନ ଥିବାରୁ ଏପରି କି ଟର୍ଚ୍ଚ ଆଲୋକ ରେ ଶବ ଦାହ ହେଉଥିବା ଦେଖିବାକୁ ମିଳିଛି l ତିନି ୱାର୍ଡବାସୀ ବାରମ୍ବାର ପୂର୍ବ ସରକାର ଙ୍କ ପ୍ରଶାସନ ବିଧାୟକ ଙ୍କୁ ଅବଗତ କରିଥିଲେ ସୁଦ୍ଧା ଫଳ ଶୂନ । ଲୋକଙ୍କ ସରକାର ମୋହନ ସରକାର ଙ୍କ ପ୍ରତି ଲୋକଙ୍କ ଅସ୍ଥା ଓ ବିଶ୍ବାସ ବଢୁଛି । ବର୍ତ୍ତମାନ ର ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ନାଗରିକ ଫୋରମ୍ ଓ ଗ୍ରାମବାସୀ ପ୍ରମୁଖ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *