ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଗୁଡ଼ିକରେ ମୂଲ୍ୟ ଶୃଙ୍ଖଳକୁ ସୁଦୃଢ କରିବା ବିଷୟରେ ବିସ୍ତୃତ ଆଲୋଚନା
ଭୁବନେଶ୍ୱର,୧୩/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶ୍ୱ ବ୍ୟାଙ୍କ ଗ୍ରୁପର ଏକ ପ୍ରତିନିଧି ଦଳ ଆଜି ଓଡ଼ିଶା ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସହିତ ଏକ ବୈଠକରେ ଯୋଗଦେଇ ଓଡ଼ିଶା ଏବଂ ଭାରତରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ମୂଲ୍ୟ ଶୃଙ୍ଖଳ (ଭ୍ୟାଲୁ ଚେନ୍) କୁ ସୁଦୃଢ କରିବା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।
ବିଶ୍ୱବ୍ୟାଙ୍କ ଗ୍ରୁପ ପ୍ରତିନିଧି ଦଳ ଓଡ଼ିଶା ସରକାରଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ସଂପଦ ପ୍ରକ୍ରିୟାକରଣ ପାର୍କ, ଉତ୍ପାଦନ, ବିନିଯୋଗ, ଲଜିଷ୍ଟିକ୍ସ, ଶିଳ୍ପ କରିଡରର ବିକାଶ,ଦକ୍ଷତା ବିକାଶ ଏବଂ ପ୍ରଯୁକ୍ତିଗତ ଭଳି କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ ବିଷୟରେ ଆଲୋକପାତ କରିଥିଲେ। ବୈଠକରେ ଭାରତ ସରକାର,ରାଜ୍ୟ ସରକାର ଏବଂ ଶିଳ୍ପ ଅଂଶୀଦାର ମାନଙ୍କ ସହିତ ସହଭାଗିତା ଓ ସମନ୍ୱିତ ପ୍ରୟାସ ମାଧ୍ୟମରେ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ସୁଦୃଢ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପରିବେଶ ଗଠନର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ସଚିବମାନେଉପସ୍ଥିତ ଥିଲେ ।
-0-
ପଠାଣି ରାଉତ ମୁଖ୍ୟଶାସନ ସଚିବଙ୍କ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
