ପରମହଂସ ଠାରେ କୋଚିଲେଇ ମହୋତ୍ସବ ୨୦୨୫ ଆରମ୍ଭ 

କଟକ ସଦର,୨୯/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ସଫିପୁର ଠାରେ ଅବସ୍ତିତ ମା’କୋଚିଲେଇ ଙ୍କ ପୀଠରେ ତିନି ଦିନିଆ ୧୬ ତମ କୋଚିଲେଇ ମହୋତ୍ସବ-୨୦୨୫ ଆଧ୍ୟାତ୍ମିକ ପରିବେଶ ସହ ମହାସମାରୋହରେ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଆଜି (ଶନିବାର ଦିନ) ମହିଳା ମାନଙ୍କ ପକ୍ଷରୁ କଳସ ଶୋଭାଯାତ୍ରା ସହ ସାଇ ବାବାଙ୍କ ଚଭାଡି ଯାତ୍ରା ହୋଇଥିବା ଜଣାପଡିଛି।

ଆସନ୍ତା କାଲି ରବିବାର ଉଦଯାପନ ଦିବସରେ ବିଭିନ୍ନ ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ,ଅସିମା ପଣ୍ଡା ଓ‌ ତାଙ୍କ ଟିମ୍ ରଙ୍ଗାରଙ୍ଗ ସଙ୍ଗୀତ କାର୍ଯ୍ୟକ୍ରମ କରିବା ସହିତ ଲୁଵୁନ୍ ଟୁଵୁନ୍ କ୍ୟାନ୍ସ ଗୃପ ତାଙ୍କର ନୃତ୍ୟ ପରିବେଷଣ କରିବେ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।

କାର୍ଯ୍ୟକ୍ରମ ପରିଚାଳନାରେ ମହୋତ୍ସବ କମିଟିର ସଭାପତି ପ୍ରଫୁଲ୍ଲ କୁମାର ସିଂହ, ନିବେଦିତା ସିଂହ, ସୁମନ୍ତ ପଣ୍ଡା, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା,ଯୁବ ସଂଗଠକ ବିଳାସ ମଲ୍ଲିକ, ହୃଷିକେଶ ରଣା,ମାନସ ରଣା, କିଶୋର ହରି, ସରପଂଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ନିର୍ମଳ ଦାସ ପ୍ରମୁଖ ସହାୟତା କରୁଛନ୍ତି ।

Leave a Reply

Your email address will not be published. Required fields are marked *