ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର 

ବାଲିଗୁଡ଼ା,୧୧/୦୯/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ମୋଟର ସାଇକେଲ ଆରୋହୀ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି । ଆହତ ଯୁବକ ଜଣକ କୋଟଗଡ଼ ଥାନା ଅନ୍ତର୍ଗତ ମାର୍ଲାଙ୍ଗା ପଞ୍ଚାୟତର ବାଡେସ୍ ଗ୍ରାମର ରୋହନ ବେହେରା ମାଝୀ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ମଙ୍ଗଳବାର ରୋହନ୍ କୌଣସି କାମରେ ବାଲିଗୁଡ଼ା ଆସିଥିଲେ କାମ ସାରି ରାତିରେ ଗାଁ କୁ ଫେରିବା ବେଳେ କୁର୍ତ୍ତମଗଡ଼ ନିକଟରେ ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ରୋହନ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ବୁଧବାର  ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *