ଖୋର୍ଦ୍ଧା,୨୬/୧୧/୨୦୨୩ (ଓଡିଶା ସମାଚାର/ ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ଧର୍ମାନୁଷ୍ଠାନ ଶ୍ରୀରାମ ଦୟା ପରିଷଦ ପକ୍ଷରୁ ୪୧ତମ ଶ୍ରୀରାମ ଚରିତ ମାନସ ପାରାୟଣ ମହାଯଜ୍ଞ ଉଦଯାପନୀ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମରେ ମେଧା ଅଭିନନ୍ଦନ ଓ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କ୍ଷେତ୍ରବାସି ଡିଏଭି ମହାବିଦ୍ୟାଳୟର ପ୍ରାକ୍ତନ ଓଡିଆ ଅଧ୍ୟାପକ ଡକ୍ଟର ବେଣୁଧର ଦାଶ ଯୋଗଦେଇଥିବା ବେଳେ ସମ୍ମାନିୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୁପଶ୍ରୀ ରାଣିଗୁମାନସିଂ,ଅବସରପ୍ରାପ୍ତ ରେଳବିଭାଗର କର୍ମଚାରୀ ତଥା ଶିକ୍ଷାବିତ ଡଃ ପୂର୍ଣ୍ଣଚନ୍ଦ୍ର ଦାଶ ଯୋଗଦେଇ ଥିବା ବେଳେ ମଂଚ ପରିଚାଳନା କରିଥିଲେ ଅଧ୍ୟାପକ ଡଃ ମୃତ୍ୟୁଜଂୟ ରଥ । ପରିଷରେ ଶେଷରେ ଶ୍ରୀରାମ ଦୟା ପରିଷଦ ର ଉପସଭାପତି ଶ୍ରୀଯୁକ୍ତ ସତ୍ୟଵାଦୀ ବଳବନ୍ତରାୟ ଧନ୍ୟବାଦ ହେଇଥିଲେ। ମେଧା ଅଭିନନ୍ଦନ ରେ ଆଖପାଖ ଟାଂଗି ଓ କଣାସ ବ୍ଲକର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଆମ ଅଞ୍ଚଳର ଗର୍ବ ଓ ଗୌରବ ବ୍ୟକ୍ତିତ୍ବ ଏଵଂ ଚାଷୀ ନେତା ତଥା ବିଜେଡ଼ି ଦଳର ଉପସଭାପତି ଏବଂ ନିରାକାର ପୁର ସଖା ସଂଘ କ୍ରିଡା ସଂସଦ ର ସଭାପତି ବିପିନ କୁମାର ଜୟସିଂହ ଙ୍କୁ ଚାଷୀ ନେତା ଭାବେ ଏହି କାର୍ୟ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ନିରାକାର ପୁର ସାମ୍ବାଦିକ ସଘ ପକ୍ଷରୁ ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ବରିଷ୍ଠ ନାଗରିକ ମାନେ ସରକାରଙ୍କ ଉଚ୍ଚ ପଦସ୍ଥ ବିଭାଗରେ ରହି ଉଲେଖନୀୟ କାର୍ୟ୍ୟ କରି ନିରାକାରପୁର ଅଂଚଳର ନାମକୁ ଜିଲା ତଥା ରାଜ୍ୟ ସ୍ତରରେ ପହଞ୍ଚାଇ ଥିବାରୁ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।