ଜାତୀୟ ନାଟକ ମହୋତ୍ସବ ୨୦୨୪ ଆସନ୍ତା ମାର୍ଚ୍ଚ ୨୩ରୁ…

ରାଉରକେଲା, ୨୦/୦୩/୨୦୨୪ (ଓଡ଼ିଶା ସମାଚାର)- ରାଉରକେଲା ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସମ୍ପର୍କ’ ପ୍ରତିବର୍ଷ ପରି ଚଳିତ ବର୍ଷ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ବିଶ୍ବନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଆସନ୍ତା ମାର୍ଚ୍ଚ ୨୩ ରୁ ୨୭ ପର୍ଯ୍ୟନ୍ତ ସ୍ଥାନୀୟ ମ୍ୟୁଜିକ ସର୍କଲ ଠାରେ ଆୟୋଜନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କଲଚରାଲ ଏକାଡେମି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ରଙ୍କ ସଭାପତିତ୍ବ କରିବା ସହ ସାମ୍ବାଦିକ ମାନଙ୍କୁ ସ୍ଵାଗତ କରିଥିଲେ। ସମ୍ପାଦକ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଆସନ୍ତା ୨୩ତାରିଖ ଦିନ ନୂଆଦିଲ୍ଲୀର ପଞ୍ଚକୋଷୀ ଅନୁଷ୍ଠାନର ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ମାନେ ନାଟକ ଦି ଜୁ ଷ୍ଟୋରୀ କୁ ମଞ୍ଚସ୍ଥ କରିବେ। ୨୪ ତାରିଖ ଦିନ ରାଉରକେଲା ସମ୍ପର୍କ ଅନୁଷ୍ଠାନ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ନାଟକ ଭାବ ବିନୋଦିଆ କଳା ଠାକୁର ମଞ୍ଚସ୍ଥ କରିବ। ୨୫ ତାରିଖ ଦିନ କୋଲକାତାର ଇଫତା ନାଟ୍ୟାନୁଷ୍ଠାନ ମହାଭାରତ କାହାଣୀ ଉପରେ ଆଧାରିତ ନାଟକ କ୍ରିଷ୍ଣା ଓ ୨୬ ତାରିଖ ଦିନ ମୁମ୍ବାଇର କେଆଇଟିଇ ଷ୍ଟୁଡିଓ ର କଳାକାର ମାନେ ହିନ୍ଦୀ ନାଟକ ଖୋୟା ହୁଆ ଆଦମୀ ମଞ୍ଚସ୍ଥ କରିବେ। ୨୭ ତାରିଖ ଦିନ ଭୁବନେଶ୍ଵରର ଅଜିତ ନାଟ୍ୟାନୁଷ୍ଠାନ ଓଡ଼ିଆ ଚଳଚିତ୍ର ଓ ଧାରାବାହିକ ଜଗତର ଅଭିନେତା ଅଭିନେତ୍ରୀ ଙ୍କୁ ନେଇ ମଞ୍ଚସ୍ଥ କରିବ ନାଟକ ଏକା। ସେହିପରି ନାଟକ ମଞ୍ଚସ୍ଥ ପରେ ପ୍ରତିଦିନ ଦର୍ଶକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦର୍ଶକ ମାନେ ନିର୍ଦ୍ଦେଶକ ଓ ଅଭିନେତାଙ୍କୁ ଯଥୋଚିତ ପ୍ରଶ୍ନ ପଚାରି ପୁରସ୍କୃତ ହେବେ । ୨୫ ତାରିଖ ଦିନ ଅପରାହ୍ନ ୨ ଘଟିକା ସମୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକକ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୨୭ ତାରିଖ ଦିନ ସକାଳ ୮ଟାରେ ସମ୍ପର୍କ ଓ ଏକତ୍ର ରାଉରକେଲା ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଛେଣ୍ଡ ଛକରୁ ମ୍ୟୁଜିକ ସର୍କଲ ଯାଏଁ ବିଶାଳ ରଙ୍ଗାରଙ୍ଗ ନାଟ୍ୟ ପଦଯାତ୍ରା ଅନୁଷ୍ଠିତ ହେବ। ପରେପରେ ଦଳଗତ ନୃତ୍ୟ ପ୍ରତିଯୋଗିତା ଓ ସମ୍ପାନ ଆୟୋଜିତ ହେବ। ୨୩ତାରିଖ ଦିନ ଅନୁଷ୍ଠାନର ମୁଖପତ୍ର ‘ ନାଟ୍ୟଚର୍ଚ୍ଚା ‘ ର ବିଶ୍ବ ନାଟ୍ୟ ବିଶେଷାଙ୍କ ଉନ୍ମୋଚନ ହେବ। ଉଦଘାଟନୀ ଉତ୍ସବରେ ଆରଏସପି ର ସିଇଓ ଅତନୁ ଭୌମିକ ଓ ଉଦଯାପନି ଉତ୍ସବ ରେ ନିର୍ବାହୀ ନିର୍ଦ୍ଦେଶକ ଏସ ଆର୍ ସୂର୍ଯ୍ୟବଂଶୀ ଅତିଥି ଭାବେ ଯୋଗ ଦେବେ। ଏହି ଅବସରରେ ଏସ ଆର୍ ସୂର୍ଯ୍ୟବଂଶୀ ଙ୍କୁ ନାଟ୍ୟ ବନ୍ଧୁ ସମ୍ମାନ, ଏନ୍ ଏସ୍ ଡିଆନ ପରାଗ ଶର୍ମା ଓ ସୁମନ ବୈଦ୍ୟ,ନାଟ୍ୟକାର ମାୟା ଦାସ, ଅଭିନେତା ଓ ନିର୍ଦ୍ଦେଶକ ପ୍ରଦୀପ କୁମାର ପଣ୍ଡା, ଅଭିନେତା ମୂରଲୀଧର ଦାସ ଓ ଅଭିନେତ୍ରୀ ପ୍ରସ୍ମିକା ପଟ୍ଟନାୟକ ଙ୍କୁ ସମ୍ପର୍କ ସମ୍ମାନ ରେ ସମ୍ମାନିତ କରାଯିବ। ସଂଗଠନ ସମ୍ପାଦକ ସୁରେନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ସାଂସ୍କୃତିକ ସମ୍ପାଦିକା ସୁଦେଷ୍ଣାରାଣୀ ରାଉତ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ନୃସିଂହ ମହାନ୍ତି ,ପ୍ରଳୟ ଶତପଥୀ, ପୁଷ୍ପା ବିଶୋଇ, ସୁରଭି ରଣା,ତ୍ରିପତୀ ନାରାୟଣ ମିଶ୍ର, ଅଶୋକ ବଳ,ଡ ସମର ମୁଦାଲି, କୈଳାସ ପାଣିଗ୍ରାହୀ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଅକ୍ଷୟ ସାମଲ, ଉମାକାନ୍ତ ବିଶୋଇ, ମନୋରଞ୍ଜନ ବକ୍ସି,ଭାଗ୍ୟଧର ଜେନା, ପଞ୍ଚାନନ ପାତ୍ର, ବିବେକାନନ୍ଦ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *