କଲ୍ୟାଣପୁର ଶତାୟୁ ବିଦ୍ୟାଳୟର ପୁରାତନ ଛାତ୍ରସଂଘ ଗଠିତ 

ମାହାଙ୍ଗା,୧୦/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶତାୟୁ ଶିକ୍ଷାନୁଷ୍ଠାନ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ରସଂଘ ଗଠନ କରାଯାଇଛି । ୧୮୮୫ ମସିହାରେ କଲ୍ୟାଣପୁର ଗ୍ରାମର ମହିୟସୀ ମହିଳା ମଲ୍ଲୀମାଳ ଦେବୀଙ୍କ ପ୍ରଚେଷ୍ଟା ରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ଶରଣଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଅଭିଭାବକ ଏବଂ ପୁରାତନ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା ।  ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ପାଳନ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ଏହି ଶତାୟୁ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ସଂଘ ଗଠନ ପାଇଁ ବୈଠକରେ ଚୂଡାନ୍ତ ଆଲୋଚନା ପରେ  ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କୁ ସଭାପତି ଭାବେ ଦାୟୀତ୍ୱ ଦିଆଯାଇଥିଲା । ସାଧାରଣ ସମ୍ପାଦକ ଭାବେ ଭାରତ ଭୂଷଣ ଦାସ, ଉପସଭାପତି ଭାବେ ଅଫସର ତୁଲ୍ଲା ଏବଂ ହେମନ୍ତ କୁମାର ପ୍ରଧାନ, ସଂଗଠନ ସମ୍ପାଦକ ଭାବେ ଅଜୟ କୁମାର ବେହେରା, ସାଂସ୍କୃତିକ ସମ୍ପାଦକ ସୁଧିର କୁମାର ମହାନ୍ତି,ସହ ସାଂସ୍କୃତିକ ସମ୍ପାଦକ ଭାବେ ସୁମନ୍ତ କୁମାର ପଲେଇ,କୋଷାଧ୍ୟକ୍ଷ ଭାବେ ମୋହିଉଦ୍ଦିନ ଖାଁ,ସହ ସମ୍ପାଦକ ଭାବେ ବିଭୂତି ଭୂଷଣ ଦାସ ଓ ସୁଶାନ୍ତ କୁମାର ଦାସ,ପତ୍ରିକା ସମ୍ପାଦକ ଭାବେ ଡକ୍ଟର ନିଖିଳେଶ ମହାନ୍ତି,ଆଇନି ପରାମର୍ଶ ଦାତା ଭାବେ ହେମନ୍ତ କୁମାର ବେହେରା,ଛାତ୍ରସଂଘର ମୁଖ୍ୟ ପରାମର୍ଶ ଦାତା ଭାବେ ରବୀନ୍ଦ୍ର ନାଥ ଦାସ, ରଘୁନାଥ ମହାନ୍ତି, ଚନ୍ଦ୍ରମଣି ଦାଶ,ସୁନାକର ବେହେରା,ବାବାଜୀ ଚରଣ ମହାନ୍ତି,ମୋହନ ଚରଣ ଦାଶ, ଡାକ୍ତର ଅକ୍ଷୟ କୁମାର ବେହେରା,ନିହାର ରଞ୍ଜନ ପଣ୍ଡା,ଶ୍ୟାମ ସୁନ୍ଦର ମୁଦୁଲି,ବ୍ରଜବନ୍ଧୁ ପଲେଇ, ସୁଦାମ ପଲେଇ, ମନମୋହନ ପଲେଇ, ଶ୍ୟାମ ସୁନ୍ଦର ପଲେଇ,ଅପର୍ତ୍ତି ବେହେରା, ନିରଞ୍ଜନ ମୁଦୁଲି ଏବଂ ମୂଷିବର ପଲେଇଙ୍କୁ ଗ୍ରହଣ କରାଯାଇଥିଲା । ପୁରାତନ ଛାତ୍ର ସଂଘର ସ୍ଥାୟୀ ସଦସ୍ୟ ଭାବେ ଶରତ କୁମାର ବେହେରା, ବିଜୟ କୁମାର ଦାଶ, କ୍ଷୀରୋଦ କୁମାର ଦାଶ, ରମେଶ ବେହେରା, ମନୋଜ କୁମାର ଦାସ,ରାକେଶ ବେହେରା,ବିଷ୍ଣୁ ଚରଣ ବେହେରା, ଅବଦୁଲ ହମିଦ,ଦିବାକର ବେହେରା, ଚିତ୍ତ ରଞ୍ଜନ ଦାସ, ପ୍ରକାଶ ମହାନ୍ତି, ଲକ୍ଷ୍ମୀଧର ପଣ୍ଡା, ସୁବାସ ଚନ୍ଦ୍ର ଦାସ,ବିଶ୍ୱରଂଜନ ଦାଶ, ଶ୍ୟାମ ସୁନ୍ଦର ବେହେରା, ଅରବିନ୍ଦ ପଣ୍ଡା,ସୁଜୟ କୁମାର ବେହେରା,ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା ।

ଏହି ବୈଠକରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକମିଟି ସଦସ୍ୟ, ଅଭିଭାବକ ଏବଂ ବହୁ ପୁରାତନ ଛାତ୍ରମାନେ ଯୋଗଦେଇଥିଲେ । ପୁରାତନ ଛାତ୍ର ସଂଘକୁ ବିଦ୍ୟାଳୟର ଶତବାର୍ଷିକ ସମାରୋହ ଆୟୋଜନ ପାଇଁ ସର୍ବସମ୍ମତି କ୍ରମେ ଦାୟୀତ୍ୱ ଅର୍ପଣ କରାଯାଇଥିଲା  ।

Leave a Reply

Your email address will not be published. Required fields are marked *