ପୁଷ୍ଟିକର ସପ୍ତାହ ପାଳନ

ଭୁବନେଶ୍ୱର, ୦୬/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୁଷ୍ଟିକର ସପ୍ତାହ ବିଶ୍ୱାସ ପ୍ରାଙ୍ଗଣରେ ପାଳିତ ହୋଇଅଛି । ଏଥିରେ ପ୍ରଥମ ବର୍ଷ ବି.ଏସ.ସି ନର୍ସିଙ୍ଗ ଏବଂ ଜି.ଏନ.ଏମ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ଏବଂ ବହୁପ୍ରକାର ଖାଦ୍ୟ ଓ ତାର ପ୍ରଭାବ ଶରୀର ଉପରେ କିପରି ଆବଶ୍ୟକତା ଏବଂ ତାର କୁ ପ୍ରଭାବ ପରିଲକ୍ଷିତ ହୁଏ ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା ।  ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷl ପ୍ରଫେସର ସତ୍ୟଭାମା ମିଶ୍ର ଏବଂ ପାରାମେଡିକାଲ ବିଭାଗର ଅଧ୍ୟକ୍ଷ ଡାଃ ଅଭୟ କୁମାର ବାହିନୀପତି ଉଦଘାଟନ କରିଥିଲେ । ପ୍ରକଳ୍ପ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ । ସର୍ବଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *