ବିଶ୍ୱାସ କଲେଜ ରେ ଗୁରୁ ଦିବସ ପାଳନ

ଭୁବନେଶ୍ୱର, ୦୬/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶ୍ୱାସ କଲେଜର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ଛାତ୍ର ଛାତ୍ରୀ ମାନେ ସମସ୍ତ ଗୁରୁ ମାନଙ୍କ ଠାରୁ ଆଶୀର୍ବାଦ ଲାଭ କରିଥିଲେ । ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଜୀବନ ଆଦର୍ଶ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ନିର୍ମାତାରେ ଅତ୍ୟନ୍ତ ଆବଶ୍ୟକ ବୋଲି ବରିଷ୍ଠ ବ୍ୟକ୍ତି ମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡାଃ ପ୍ରଜ୍ଞାନ ରଞ୍ଜନ ଘଡେଇ ଓ ସେକ୍ରେଟାରୀ ଶ୍ରୀମତୀ ନନ୍ଦିନୀ ଘଡେଇ ଉପସ୍ଥିତ ଥିଲେ । ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave a Reply

Your email address will not be published. Required fields are marked *