ପୁରୀ,୨୯/୦୬/୨୦୨୫ (ଓଡ଼ିଶା ସମାଚାର)- ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିଲେ ପତ୍ନୀ ଓ ପୁଅଙ୍କ ସହ ଗୌତମ ଆଦାନୀ ।
ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଶିଳ୍ପପତି ଆଦାନୀ ସେଠାରୁ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ତେବେ ଆଦାନୀ ପାରିବାର ସହିତ ପୁରୀରେ ପହଞ୍ଚିଲାବେଳକୁ ରଥଟଣା ଶେଷ ହୋଇଯାଇଥିବାରୁ ଶରଧାବାଲିରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦାରୁବିଗ୍ରହଙ୍କୁ ସେମାନେ ଦର୍ଶନ କରିଥିଲେ । ଏହା ପରେ ସେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତଙ୍କୁ ପ୍ରସାଦ ସେବନ ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜେ ପ୍ରସାଦ ବାଣ୍ଟିଥିଲେ ।
ଉଲ୍ଳେଖଯୋଗ୍ୟ ଶୁକ୍ରବାର ପୂର୍ବରୁ ଆଦାନୀ ଗ୍ରୁପ୍ ରଥ ଯାତ୍ରା ଲାଗି ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ‘ପ୍ରସାଦ ସେବା’ର ଆୟୋଜନ କରାଯାଇଛି। ପୁରୀକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ପରିଷ୍କାର ଏବଂ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଉଛି।
