ବିଦ୍ୟୁତ୍  ଆଘାତରେ ଯୁବକ ମୃତ ।

ବଡ଼ବିଲ, ୨୮/୦୩/୨୦୨୪ (ଓଡ଼ିଶା ସମାଚାର)- ନିଜ ଘରେ ବିଦ୍ୟୁତ୍ ତାର ସଂଯୋଗ କରୁଥିବାବେଳେ ଘଟିଗଲା ଅଘଟଣ । ବିଦ୍ୟୁତ୍ ଆଘାତ ଲାଗିବା କାରଣରୁ ଚାଲିଗଲା ଯୁବକଙ୍କ ଜୀବନ । ମୃତ ଯୁବକ, ବଡ଼ବିଲ ଥାନା, ଠାକୁରାଣୀ ଅଞ୍ଚଳର ୩୦ ବର୍ଷିୟ ସ୍ଵପ୍ନେଶ୍ୱର ନାଏକ । ସେ ସୁମ୍ରିତ ମେଟାଲିକ୍ସ କାରଖାନାରେ ମେକାନିକାଲ ଡିପାର୍ଟମେଣ୍ଟରେ କାମ କରୁଥିଲେ । ସ୍ଵପ୍ନେଶ୍ୱର ନିଜ ଘରେ ଛିଡିଯାଇଥିବା ବିଦ୍ୟୁତ୍ ତାର ଦୁଇଟିକୁ ସଂଯୋଗ କରୁଥିବା ସମୟରେ ତାଙ୍କୁ ଯୋରଦାର କରେଣ୍ଟ ଲାଗିଥିଲା, ଯାହା ଫଳରେ ସେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ପଡିଶା ଲୋକେ ତାଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।  ଖବର ପାଇ ବଡ଼ବିଲ ପୋଲିସ୍ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *