ସୁରକ୍ଷାର ବାର୍ତା ସହ ଏସବିଆଇ ଲାଇଫ୍ ଓ ଲକ୍ଷ୍ନୌ ସୁପର ଜାଏଂଟସ୍ ପକ୍ଷରୁ ଏକନାକ୍ରିକେଟ୍ ଷ୍ଟାଡିୟମ୍ ରେ ବିଶାଳ ହେଲମେଟ୍ ସ୍ଥାପନ

ନୂଆଦିଲୀ/ ଭୁବନେଶ୍ୱର, ୨୯/୦୩/୨୦୨୪ (ଓଡ଼ିଶା ସମାଚାର)- ଦେଶର ଅନ୍ୟତମ ସବୁଠୁ ବିଶ୍ୱାସ ଯୋଗ୍ୟ ଘରୋଇ ଜୀବନ ବୀମା କମ୍ପାନୀ ଏସବିଆଇ ଲାଇଫ୍ ଇନସୁ୍ୟରାନ୍ସ ଓ ଇଣ୍ଡିଆନ ପ୍ରିମିୟର ଲିଗ୍ ର ଟିମ୍ ଲକ୍ଷ୍ନୌ ସୁପର ଜାଏଂଟ୍ସ (ଏଲଏସଜି) ପକ୍ଷରୁ ଟିମ୍ ର ଘରୋଇ ପଡ଼ିଆ ଲକ୍ଷ୍ନୌସ୍ଥିତ ଭାରତ ରତ୍ନଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନାକ୍ରିକେଟ୍ ଷ୍ଟାଡିୟମ୍ ରେ ଏକ ବିଶାଳ ହେଲମେଟ୍ ସ୍ଥାପନ କରାଯାଇଛି ।ହେଲମେଟ୍ ର ଉଚ୍ଚତା ୨୭ ଫୁଟ ହୋଇଥିବାବେଳେ ଚଉଡ଼ା ହେଉଛି ୩୪ ଫୁଟ ଯାହାକୁ ଷ୍ଟାଡିୟମ ର ମୁଖ୍ୟ ପ୍ରବେଶ ପଥ ଡାହାଣ ପାଶ୍ୱର୍ରେ ସ୍ଥାପନ କରାଯାଇଛି ।

ଏହି ବିଶାଳ ହେଲମେଟ୍ ଢାଂଚା ପଛର ଉଦ୍ଧେଶ୍ୟ ହେଉଛି ପଡ଼ିଆ ଭିତରେ ଓ ପଡ଼ିଆ ବାହାରେ ସୁରକ୍ଷାର ମହତ୍ୱ ବିଷୟରେ ପ୍ରଗତିଶୀଳ ଆଲୋଚନାକୁ ପ୍ରୋତ୍ସାହିତ କରି ଜୀବନ ବୀମାର ଆବଶ୍ୟକତା ଏବଂ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟିକରିବା । କ୍ରିକେଟ୍ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣକରିଏହି ଅନନ୍ୟ ଢାଂଚାର ଉଦ୍ଧେଶ୍ୟ ହେଉଛି ଲକ୍ଷ୍ନୌ ସହରର ସ୍ଥାନୀୟ ଲୋକଙ୍କ ନିକଟରେ “ଜୀବନ ସୁରକ୍ଷାଠାରୁ ଆଉକିଛି ବଡ଼ ନାହିଁ”ବାର୍ତା ପହଂଚାଇବା ଏବଂ ଅନିଶ୍ଚିତତାରୁ ଆବଶ୍ୟକ ସୁରକ୍ଷା ସହ ନିଜ ଜୀବନକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିବା ।

ଏହି ବିଶାଳ ହେଲମେଟ୍ ଉନ୍ମୋଚନ ଅବସରରେ ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସର କର୍ପୋରେଟ୍ କମ୍ୟୁନିକେସନ୍ ଆଣ୍ଡ ସିଏସ୍ ଆର୍ ମୁଖ୍ୟରବୀନ୍ଦ୍ର ଶର୍ମା, ଲକ୍ଷ୍ନୌ ର ଟ୍ରାଫିକ୍ ଡିସିପି ସଲମାନ ତାଜଜାଫରତାଜ୍ ପାଟିଲ୍, ଲକ୍ଷ୍ନୌ ର ଡିସିପି ମହିଳା ଅପରାଧ ସୁରକ୍ଷା ଅଧିକାରୀ କମଲେଶ କୁମାର ଦୀକ୍ଷିତ, ଓ ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ ର ଲକ୍ଷ୍ନୌ ଆଂଚଳିକ ନିର୍ଦେଶକ ରାହୁଲ ରାହି ଅନ୍ୟ ସମ୍ମାନିତ ଅତିଥିମାନେ ଉପସ୍ଥିତ ଥିଲେ ।

ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସର କର୍ପୋରେଟ୍ କମ୍ୟୁନିକେସନ ଆଣ୍ଡ ସିଏସଆର ମୁଖ୍ୟ ରବୀନ୍ଦ୍ର ଶର୍ମା କହିଛନ୍ତି ଯେ, “କ୍ରିକେଟ ପ୍ରେମୀଙ୍କୁ ସୁରକ୍ଷାର ଧାରଣା ସହ ପରିଚିତ କରି ଲକ୍ଷ୍ନୌରଏକନାକ୍ରିକେଟ ଷ୍ଟାଡିୟମରେ ବିଶାଳ ହେଲମେଟ୍ ସ୍ଥାପନା ଏକ ଶକ୍ତିଶାଳୀ ଆଲୋଚନା ଆରମ୍ଭ କରୁଛି । ପାରିବାରିକ ଦାୟିତ୍ୱ ତୁଲାଇବା ସହ ଲୋକମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆମର ବ୍ରାଣ୍ଡ୍ ଉଦ୍ଧେଶ୍ୟକୁ ପ୍ରତିଫଳିତ କରୁଥିବା “ଜୀବନର ସୁରକ୍ଷା ଠାରୁ ଆଉ ବଡ କିଛି” ନାହିଁ ର ସମନ୍ୱିତ ରହିଛି ।କ୍ରିକେଟ୍ ଏକ କ୍ରୀଡ଼ା ବାହାରେ, ଏହା ଐତିହାସିକ, ସାଂସ୍କୃତିକ, ଅର୍ଥନୈତିକ ଏବଂ ଭାବନାତ୍ମକ କାରଣ ଗୁଡ଼ିକର ପରସ୍ପର ସହସମ୍ପର୍କ, ତେଣୁ ଏହା ଏହି ଆଶ୍ଚର୍ଯ୍ୟଜନକ କ୍ରୀଡ଼ାର ବୃହତର ପ୍ରଶଂସକ ମାନଙ୍କ ସହିତ ଯୋଡ଼ିହେବାର ସୁଯୋଗ ପ୍ରଦାନ କରୁଛି ଏବଂ ଉଭୟ ପଡ଼ିଆ ଭିତରେ ଏବଂ ବାହାରେ ସୁରକ୍ଷାର ଗୁରୁତ୍ୱ ଉପରେ ଅର୍ଥପୂର୍ଣ୍ଣ ଆଲୋଚନାକୁ ପ୍ରୋତ୍ସାହିତ କରୁଛି ।ଭାରତରେ ବର୍ତମାନ ବୀମା ପ୍ରବେଶ ହାର ସହିତ ଏକ ସୁରକ୍ଷିତ    ଆର୍ଥିକ ଭବିଷ୍ୟତ ନିର୍ମାଣ ପାଇଁ ବୀମାର ଆବଶ୍ୟକତା ଏବଂ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟିକରିବା ପାଇଁ ଆମର ପ୍ରୟାସ ଜାରିରଖିବା ଗୁରୁତ୍ୱପୂର୍ଣ୍ଣ ।ଏଲଏସଜି ସହିତ ଆମର ସହଯୋଗିତା ହେଉଛି ସମଗ୍ର ଦେଶର କ୍ରିକେଟ ପ୍ରେମୀମାନଙ୍କ ସହିତ ଅର୍ଥପୂର୍ଣ୍ଣ ସମ୍ପର୍କ ବଢ଼ାଇବା ଏବଂ ସେମାନଙ୍କ ଉତ୍ସାହକୁ ଆଗକୁ ବଢ଼ାଇବା ପାଇଁ ଏକ ପ୍ରୟାସ ।”

ସେ ପୁଣି କହିଛନ୍ତି ଯେ, “ଆମେ ବିଶ୍ୱାସକରୁ ଯେ ଏହି ସହଯୋଗ ବୀମା ଏବଂ ହେଲମେଟର ଗୁରୁତ୍ୱ ମଧ୍ୟରେ ସମନ୍ୱୟକୁ ନିରବଚ୍ଛିନ୍ନ ଭାବରେ ଦର୍ଶାଉଛି ଯାହା ଉଭୟ ପଡ଼ିଆ ଭିତରେ ଏବଂ ବାହାରେ ସୁରକ୍ଷାର ମୂଲ୍ୟ ଉପରେ ଆଲୋକପାତ କରୁଛି । ଆମେ ଲକ୍ଷ୍ନୌ ସୁପରଜାଏଂଟ୍ସ ସହିତ ଆମର ଯାତ୍ରାକୁ ନେଇ ରୋମାଂଚିତ ଏବଂ ଉତ୍ସାହଜନକ ପ୍ରଦର୍ଶନରେ ପରିପୂର୍ଣ୍ଣ ଏକସିଜନ ଆଶା କରୁଛୁ ।ଯେହେତୁ ଆମେ ସାରା ଦେଶରେ ବୀମା ସଚେତନତାକୁ ପ୍ରୋତ୍ସାହିତ କରିବା ଜାରିରଖିବୁ ତେଣୁ ଆମେ ଆଶାକରୁଛୁ ଯେ ଜୀବନ ବୀମା ମାଧ୍ୟମରେ ସେମାନଙ୍କ ପ୍ରିୟଜନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଦିଗରେ ଆମ ପ୍ରୟାସ କ୍ରିକେଟ୍ ପ୍ରେମୀମାନେ ଗ୍ରହଣ କରିଥିବା ପଦକ୍ଷେପରେ ପରିଣତ ହେବ ।”

Leave a Reply

Your email address will not be published. Required fields are marked *