ବିଧାନସଭାରେ କଟକ ସଦର ବିଧାୟକଙ୍କ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ଜଳ ନିସ୍କାସନ ଉପରେ ଗୁରୁତ୍ବ 

କଟକ ସଦର,୨୯/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ବିଶେଷ କରି ଵାରାହାପାଟ ଓ ନିମେଇଶାପୁର ଗହୀର ରେ ପ୍ରତିବର୍ଷ ଉଦଵୃତ୍ତ ଜଳ ନିସ୍କାସନ ନହୋଇ ଚାଷଜମି କ୍ଷତିଗ୍ରସ୍ତ ହେଉଥିବା ପରିପ୍ରେକ୍ଷୀରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଏହାର ନିରାକରଣ ପାଇଁ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ଯାହା ପୂର୍ଵ ସରକାର ସମୟରେ ହୋଇପାରିନଥିଲା ତାହାକୁ ବିଧାୟକ ଭାବେ ଇଂ ସେଠୀ କରିଥିବାରୁ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଵାରାହାପାଟ ଗହୀରର ଉଦଵୃତ୍ତ ଜଳ ନିସ୍କାସନ ସମସ୍ୟାର ସମାଧାନ ପାଇଁ ତତ୍କାଳିନ ବିଧାୟକ ଚନ୍ଦ୍ର ସାରଥି ବେହେରା ତତ୍କାଳୀନ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀ ଙ୍କୁ କ୍ଷେତ୍ର ପରିଦର୍ଶନ କରାଇଥିବା ଏଵଂ ସେତେବେଳେ ବର୍ତମାନର ବିଧାୟକ ପ୍ରକାଶ ସେଠୀ ଏହାକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିବା ତାହା କେବଳ ପ୍ରଶାସନର ପ୍ରତିଶ୍ରୁତି ରେ ରହିଯାଇଥିଲା। ହେଲେ ସମୟ ବଦଳିବା ସହିତ ପ୍ରକାଶ ଏଵେ ବିଧାୟକ ହୋଇଥିବାରୁ ସମସ୍ୟା ସମାଧାନ ହୋଇପାରିବ ବୋଲି ଚାଷୀମାନଙ୍କ ମଧ୍ୟରେ ଆଶା ସଂଚାର ହୋଇଛି। ଆସନ୍ତା ବର୍ଷ ସୁଧା ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ବିଧାୟକ ଇଂ ସେଠୀ ଆମ ପ୍ରତିନିଧିଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *