ଓଡ଼ଗାଁ,୨୨/୦୪/୨୦୨୫ (ଓଡ଼ିଶା ସମାଚାର)- ଉତ୍କଳ ପବ୍ଲିକ ସ୍କୁଲ ଗୋଡିପଡାର ଚତୁର୍ଦ୍ଦଶ ତମ ବାର୍ଷିକ ଉତ୍ସବ ସୋମବାର ଦିନ ସ୍କୁଲ ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ସଭାପତି ଶରତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହିଉତ୍ସବରେ ବରିଷ୍ଠ ଶିକ୍ଷାବିତ ବେଦଜ୍ଞ କିଶୋର ଚନ୍ଦ୍ର କର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାପରିଷଦ ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ଦାଶ, ସ୍ଥାନୀୟ ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ, ସମିତିସଭ୍ୟ ବସନ୍ତ କୁମାର ମହାନ୍ତି, ହରିଡ଼ାବନ୍ଧ ସରପଞ୍ଚ ବେଣୁଧର ବିଶ୍ୱାଳ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ “ବାର୍ଷିକ ଉତ୍ସବ ଶିଶୁର ଶିକ୍ଷା ସହିତ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ଓ ଶିଶୁକୁ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ “ବୋଲି ମତବ୍ୟକ୍ତ କରିଥିଲେ ।
ସ୍କୁଲ ସମ୍ପାଦିକା ତଥା ଅଧ୍ୟକ୍ଷା ରଞ୍ଜିତା ରାଣୀ ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠ କରିବାସହିତ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟ ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ୱେତ କୁମାର ମିଶ୍ର ଓ ଦୁର୍ଗାପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଛାତ୍ର ଛାତ୍ରୀ ମାନେ କଣ୍ଠ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ।
ଶିକ୍ଷକ ଶ୍ରବଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ହରଷ ପ୍ରଧାନ, ଲକ୍ଷ୍ମୀ ନାୟକ,ସନ୍ଦୀପ କୁମାର ଗୁମାନସିଂ, ରାକେଶ ଦଳବେହେରା, ସରସ୍ବତୀ ସାହୁ, ଗୀତାଞ୍ଜଳୀ ଦାସ, ମାମୁନି ପ୍ରଧାନ, ଲଷ୍ମୀପ୍ରିୟା ପରିଡା ପ୍ରମୁଖ ସହଯୋଗ କରିଥିଲେ ।
