ଜଗତସିଂହପୁର, ୨୪/୮/୨୦୨୪ (ଓଡ଼ିଶା ସମାଚାର)-କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଦ୍ୱାରା ଜିଆଖତର ପ୍ରସ୍ତୁତି ସମ୍ବନ୍ଧୀୟ ଏକ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ୨୦.୦୮. ୨୦୨୪ ରୁ ୨୪.୦୮.୨୦୨୪ ପର୍ଯ୍ୟନ୍ତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟକ୍ରମଟିକୁ କୃଷି ବିଜ୍ଞାନ କେନ୍ଦ୍ରର ମୂର୍ତ୍ତିକା ବୈଜ୍ଞାନିକ ଡ. ପ୍ରଦୀପ୍ତ ମାଝୀ ପରିଚାଳନା କରିଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୫ ଜଣ ଚାଷୀ ଓ ୫ କୃଷିଜିବି ମହିଳା ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅଂଶ ଗ୍ରହଣ କରିଥିବା ଚାଷୀ ଭାଇ ଓ ଭଉଣୀ ମାନେ ଜିଆଖତର ଉପକାରିତା, ପ୍ରସ୍ତୁତି ପ୍ରଣାଳୀ ଆଦି ବିଷୟରେ ଜାଣିବା ସହ, ନିଜ ହାତରେ ଜିଆ ବେଡ଼ ମଧ୍ୟ ପକାଇଥିଲେ । ଜିଆ ଖତର ବ୍ୟବହାର ଦ୍ଵାରା ମୃତ୍ତିକା ଅଧିକ ଉର୍ବର ହୋଇ ପାରିବ ଓ ଫସଲ ଅମଳ ମଧ୍ୟ ବୁଦ୍ଧି ପାଇପାରିବ ଯାହାକି ଜୈବିକ କୃଷି ପାଇଁ ଏକ ଫଳପ୍ରଦ ଉପାୟ । ଜିଆଖତର ବ୍ୟବହାର ଚାଷୀକୁ ସ୍ବାବଲମ୍ବୀ କରିବା ସହ ପରିବେଶ ସୁରକ୍ଷାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କାଯ୍ୟକ୍ରମ ପରିଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ଜୀବନଜିତ ସେନ ମାନପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଦେବାଶିଷ ପଣ୍ଡା, ଡ଼. ଦ୍ୱାରିକା ମୋହନ ଦାସ, ସସ୍ମିତା ପୁରୋହିତ ଏବଂ ସରିତା ଦାସ ତାଲିମ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।