ରାଜ୍ୟରେ ମଡେଲ ମଣ୍ଡି ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା

ଭୁବନେଶ୍ୱର,୦୧/୦୮/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ମଡେଲ ମଣ୍ଡି ଖୋଲିବ । ମଡେଲ ମଣ୍ଡିରେ ବିଶ୍ରାମଗାର ସହିତ ଟିଫିନ ସେଣ୍ଟର ରହିବ। ଏପରିକି ମଣ୍ଡିରେ ପାନୀୟ ଜଳ, ଶୌଚାଳୟ ଓ ପାର୍କିଂ ସୁବିଧା ରହିବ। ରାଜ୍ୟରେ ମଡେଲ ମଣ୍ଡି ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରକାଶ କରିଛନ୍ତି। ରାଜ୍ୟର ୩୦ଟି ଜିଲାରେ ୩୮ଟି ମଡେଲ ମଣ୍ଡି ଖୋଲିବ। ଆବଶ୍ୟକତା ଦେଖି ବଡ଼ ଜିଲାରେ ୨ଟି ମଡେଲ ମଣ୍ଡି ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ମଡେଲ ମଣ୍ଡି ସ୍ଥାପନ ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ସୁବିଧା ସହ ମଣ୍ଡିରେ ଉତ୍ତମ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି।

Leave a Reply

Your email address will not be published. Required fields are marked *