ଜଗତସିଂହପୁର ଠାରେ କୃଷି ବିଭାଗର ଆଉଟଡୋର ଡିଜିଟାଲ ଏଲ ଇ ଡି ଭିଡିଓ ୱାଲ ଉଦଘାଟିତ

ଜଗତସିଂହପୁର ୧୩/୭/୨୦୨୪ (ଓଡ଼ିଶା ସମାଚାର)- ଆଜି  ଓଡିଶା ର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହ ଦେଓ ଜିଲ୍ଲା ମୁଖ୍ୟାଳୟ / ସବ-ଡିଭିଜନାଲ ସ୍ତରରେ  ୫୮ ଟି ଆଉଟଡୋର ଡିଜିଟାଲ ଏଲଇଡି ଭିଡିଓ ୱାଲ କୁ ଭର୍ଚୁଆଲ ମୋଡରେ କୃଷି ସମିକ୍ଷା କେନ୍ଦ୍ର (କେଏସକେ) ରୁ କୃଷି ଭବନରେ ଉଦଘାଟନ କରିଛନ୍ତି ।  ସେ କୃଷକ ଏବଂ ଜିଲ୍ଲା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଖରିଫ କାର୍ଯ୍ୟକଳାପ ଆରମ୍ଭ ଅବସ୍ଥାରେ ଥିବାରୁ ଆଉଟଡୋର ଏଲଇଡି ଭିଡିଓ କାନ୍ଥକୁ ଠିକ ସମୟରେ କାର୍ଯ୍ୟକାରୀ କରିବା କୃଷକଙ୍କ ସରକାରୀ ପଦକ୍ଷେପ ବିଷୟରେ ସଚେତନତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଚ୍ୟାନେଲ ଭାବରେ କାର୍ଯ୍ୟ କରିବ । ଆଜି ଜିଲ୍ଲା କୃଷି ବିଭାଗ ତରଫରୁ ଜଗତସିଂହପୁର ଠାରେ ପ୍ରତିଷ୍ଠିତ ହୋଇଥିବା ଡିଜିଟାଲ ଭିଡ଼ିଓ ୱାଲ୍ କୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଆଭାସି ମାଧ୍ୟମରେ ଶୁଭ ଉଦ୍ଘାଟନ କରିଥିଲେ। କୃଷି ବିଭାଗର ବିଭିନ୍ନ କାର୍ଯକ୍ରମକୁ ସର୍ବସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ସ୍ଥାନୀୟ କଲେକ୍ଟୋରେଟ୍ ପଡ଼ିଆରେ ଏକ ଡିଜିଟାଲ ଭିଡ଼ିଓ ଦ୍ଵାରା ପ୍ରତିଷ୍ଠା କରାଯାଇଛି। ଏହା ୨୪×୭ ସବୁ ସମୟରେ କାର୍ଯ୍ୟକ୍ଷମ ହୋଇଛି। ଉକ୍ତ ଉତ୍ସବରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରୁ ପ୍ରାୟ ୪୦ ଜଣ ଚାଷୀ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସମେତ ବିଭାଗର ସମସ୍ତ କ୍ଷେତ୍ର ଅଧିକାରୀ ମାନେ ଯୋଗ ଦେଇଥିଲେ। କୃଷି ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ବିଭିନ୍ନ ଚାଷୀମାନେ ସହଜରେ ପାଇପାରିବେ ବୋଲି ଆସିଥିବା ଚାଷୀମାନେ ମତ ଦେଇଥିଲେ।

Leave a Reply

Your email address will not be published. Required fields are marked *